ଟଙ୍କା ରଙ୍ଗ ସହ ମ୍ୟାଚିଂ ଶାଢ଼ୀ ପିନ୍ଧନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

1 min read

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଏହା ମଧ୍ୟରେ ଚର୍ଚ୍ଚାକୁ ଆସିଛି ଅର୍ଥମନ୍ତ୍ରୀଙ୍କ ନାଲି ଶାଢୀ । ନିର୍ମଳାଙ୍କ ଶାଢୀର ଡିଜାଇନ୍ ଅନେକ ସମୟରେ ଦେଶର କରେନ୍ସି ସହ ମ୍ୟାଚ୍ ହୋଇଥାଏ। ୨୦୨୩-୨୪ ବଜେଟ୍ ଉପସ୍ଥାପନା ବେଳେ ସେ ଲାଲ୍ ରଙ୍ଗର ସମ୍ବଲପୁରୀ ସିଲ୍କ ଶାଢୀରେ ନଜର ଆସିଛନ୍ତି। ଯାହା ଟେମ୍ପଲ୍ ଶାଢୀ ଭାବେ ପରିଚିତ ।

ଖାସକରି ବଜେଟ୍ ଉପସ୍ଥାପନା ସମୟରେ ନାଲି ରଙ୍ଗର  ଶାଢୀ ପିନ୍ଧିଥାନ୍ତି ଅର୍ଥମନ୍ତ୍ରୀ। ୨୦୧୯ରେ ନିଜର ପ୍ରଥମ ବଜେଟ୍ ଉପସ୍ଥାପନା ବେଳେ ରାନୀ ରଙ୍ଗର ଶାଢୀରେ ନଜର ଆସିଥିଲେ । ଯାହା ଗମ୍ଭୀରତା , ସଦଭାବ ଓ ସନ୍ତୁଷ୍ଟିର ପ୍ରତୀକ । ୨୦୨୦ ବଜେଟ୍ ସମୟରେ  ସେ ହଳଦିଆ ରଙ୍ଗର ଶାଢୀରେ ନଜର ଆସିଥିଲେ । ୨୦୨୧ରେ ୩ୟ ବଜେଟ୍ ବେଳେ ନିର୍ମଳା ଧଳା ଓ ନାଲି ରଙ୍ଗର ଶାଢୀରେ ନଜର ଆସିଥିଲେ । ୨୦୨୨ରେ  ବ୍ରାଉନ୍ ରଙ୍ଗର ଶାଢୀ ପିନ୍ଧିଥିଲେ ଅର୍ଥମନ୍ତ୍ରୀ । ନାଲି ରଙ୍ଗକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଅର୍ଥମନ୍ତ୍ରୀଙ୍କ ଶାଢୀର ରଙ୍ଗ ଅନେକ ସମୟରେ ଟଙ୍କା ରଙ୍ଗ ସହ ମଧ୍ୟ ମ୍ୟାଚିଂ ହୋଇଥାଏ, ଆସନ୍ତୁ ଜାଣିବା…

ଜାନୁଆରୀ ୨୬ ହାଲୱା ସେରେମନିରେ ନିର୍ମଳା ସବୁଜ ଓ ଗ୍ରୀନ ରଙ୍ଗର କାଞ୍ଜିବରମ୍ ଶାଢୀରେ ନଜର ଆସିଥିଲେ। ଅର୍ଥମନ୍ତ୍ରୀ ଖାସ୍ ମୁହୁର୍ତ୍ତରେ ସମ୍ବଲପୁରୀ, କାଞ୍ଜିବରମ୍ ଶାଢୀ ପିନ୍ଧୁଥିବା ବେଳେ କଳା ରଙ୍ଗର ଶାଢୀ ପିନ୍ଧିବାର ନଜର ନାହିଁ।

ଦେଶର ଏତେବଡ଼ ଦାୟିତ୍ୱ ସମ୍ଭାଳୁଥିବା ନିର୍ମଳା ସବୁବେଳେ ଶାଢୀରେ ନଜର ଆସିଥାନ୍ତି। ୨୦୨୨, ଡିସେମ୍ବର ୧୭ରେ ଦିଲ୍ଲୀ ଜନପଥରେ ହ୍ୟାଣ୍ଡଲୁମ୍ ବଜାର ବୁଲିଥିଲେ ଅର୍ଥମନ୍ତ୍ରୀ । ପରେ ଇଭେଣ୍ଟର ଏକ ଫଟୋ ସୋସିଆଲ୍ ମିଡିଆରେ ଶେୟାର କରି ସେ ଲେଖିଥିଲେ #MySariMyPride`

୨୦୧୯, ଜାନୁଆରୀ ୩୦ରେ ସହିଦ ଦିବସ । ସୀତାରମଣ ରାଜଘାଟରେ କ୍ରିମ୍ ରଙ୍ଗର ମଣିପୁରୀ ଶାଢୀରେ ନଜର ଆସିଥିଲେ । ଖାସ୍ ଡିଜାଇନର ଏହି ଶାଢୀ ମଣିପୁରର ମୋଇରଙ୍ଗ ଗାଁରେ ତିଆରି ହୋଇଥାଏ । କ୍ରିମ୍ ରଙ୍ଗ ଶାନ୍ତି ଓ ଶୁଦ୍ଧତାର ପ୍ରତୀକ ହୋଇଥିବା ବେଳେ ଏହି କଲର୍ ୧୦ ଟଙ୍କିଆ ନୋଟରେ ଥାଏ ।

ପଶ୍ଚିମବଙ୍ଗର ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ମଙ୍ଗଲାଗିରି ସିମ୍ପଲ୍ କଟନ୍ ଶାଢୀରେ ନଜର ଆସିଥିଲେ। ଯାହାର ରଙ୍ଗକୁ ଦେଖିଲେ ୨୦ ଟଙ୍କିଆ ନୋଟ୍ କଥା ମନେ ପଡିଯାଏ।

ସେହିପରି ସଂସଦରେ ଅର୍ଥମନ୍ତ୍ରୀ ନୀଳ ରଙ୍ଗର ଜାମଦାନୀ ଶାଢୀରେ ନଜର ଆସିଥିଲେ। ଏହି ରଙ୍ଗକୁ ଦେଖିଲେ ୫୦ ଟଙ୍କିଆ ନୋଟ୍ କଥା ମନେପଡିବ ।ଅନେକ ସମୟରେ ନିର୍ମଳା ହାଲୁକା ବାଇଗଣୀ ରଙ୍ଗର ଶାଢୀରେ ନଜର ଆସିଥାନ୍ତି । ୧୦୦ ଟଙ୍କିଆ ନୋଟ୍ ସହ ମ୍ୟାଚିଂ କରୁଥିବା ଏହି ଶାଢୀ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଶାଢୀ। ୨୦୧୮ରେ ଆସିଥିଲା ହାଲୁକା ବାଇଗଣୀ ରଙ୍ଗର ୧୦୦ ଟଙ୍କିଆ ନୋଟ୍ । ଯାହା ଆଧ୍ୟାତ୍ମିକତାକୁ ଦର୍ଶାଇଥାଏ ।

ଅର୍ଥମନ୍ତ୍ରୀ ନିର୍ମଳା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସାକ୍ଷାତ ବେଳେ ଗେରୁଆ ରଙ୍ଗର କଟନ୍ ଶାଢୀରେ ନଜର ଆସିଥିଲେ । ଯାହାର ରଙ୍ଗ ପୂରାପୂରି  ୨୦୦ ଟଙ୍କିଆ ନୋଟ୍ ସହ ମେଳ ଖାଉଥିଲା।

ଅକ୍ଟୋବର ୨୦୨୨ରେ ନିର୍ମଳା ଆମେରିକାରେ ଆୟୋଜିତ ୱାଲ୍ଡ ବ୍ୟାଙ୍କର ବୈଠକରେ ସିମେଣ୍ଟ ରଙ୍ଗର ସାଉଥ୍ କଟନ୍ ଶାଢୀ ପିନ୍ଧିଥିଲେ। ଏହି ରଙ୍ଗ ୫୦୦ ଟଙ୍କିଆ ନୋଟ୍ ର ରଙ୍ଗ ଭଳି ଦେଖାଯାଉଥିଲା।

ଖାଲି ଏତିକି ନୁହେଁ ନିଜ ବାସଭବନରେ ୨୦୦୦ ଟଙ୍କିଆ ନୋଟ୍ ରେ ଥିବା ଲାଭେଣ୍ଡର ରଙ୍ଗର ଶାଢୀରେ ମଧ୍ୟ ନଜର ଆସିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।