ଟାଟା ହାତରେ ଏୟାର ଇଣ୍ଡିଆ, ବଦଳିବ ଏସବୁ…

1 min read
Flyers What Changes Will See in Air India Flights Tata

ନୂଆଦିଲ୍ଲୀ: ୭୦ ବର୍ଷ ପରେ ଘେରକୁ ଫେରିଛି ଏୟାର ଇଣ୍ଡିଆ । ଟାଟା ହାତକୁ ଏୟାର ଇଣ୍ଡିଆ ଆସିବା ସହ ନୂଆ ଆଶା ସଞ୍ଚାରିତ ହୋଇଛି । ଏୟାର ଇଣ୍ଡିଆ ଟାଟା ହାତକୁ ଆସିବା ସହ ବ୍ୟବସ୍ଥା ବଦଳିବାକୁ ଯାଉଛି । ବିମାନରେ ଆନାଉନ୍ସମେଣ୍ଟ ଠାରୁ ନେଇ ଯାତ୍ରୀଙ୍କୁ ଖାଦ୍ୟପେୟ ସବୁଥିରେ ପରିବର୍ତ୍ତନ ଆଣୁଛି ଟାଟା । କେବଳ ଯାତ୍ରୀ କାହିଁକି ଟାଟାର ନୂଆ ପଦକ୍ଷେପ କର୍ମଚାରୀଙ୍କୁ ବି ଫାଇଦା ଦେବ । ଆସନ୍ତୁ ଜାଣିବା ଟାଟା ହାତକୁ ଏୟାର ଇଣ୍ଡିଆ ଆସିବା ପରେ କଣ ସବୁ ବଦଳିବ…

Flyers What Changes Will See in Air India Flights Tata

ଯାତ୍ରୀଙ୍କୁ ଅତିଥି ସମ୍ବୋଧନ

ଟାଟା ହାତକୁ ଏୟାର ଇଣ୍ଡିଆ ଆସି ସାରିଛି । ଏଥିସହ ପରମ୍ପରା ବଦଳିଛି । ଏୟାର ଇଣ୍ଡିଆ ବିମାନ ଉଡ଼଼ାଣ ପୂର୍ବରୁ ଶୁଣିବାକୁ ମିଳୁଛି ଟାଟ ସନ୍ସ ଅଧ୍ୟକ୍ଷ ରତନ ଟାଟାଙ୍କ ସ୍ୱତନ୍ତ୍ର ବାର୍ତ୍ତା । ଏଥିସହ ପ୍ଲେନର କେବିନ୍ କ୍ରିଉଙ୍କୁ ସ୍ୱତନ୍ତ୍ର ପ୍ରିଶକ୍ଷଣ ଦିଆଯାଇଛି । ଏଣିକି ଏୟାର ଇଣ୍ଡିଆରେ ଯାତ୍ରୀଙ୍କୁ ଯାତ୍ରୀ ବଦଳରେ ଅତିଥି ସମ୍ବୋଧନ କରାଯିବ ।

ମିଳିବ ଉନ୍ନତ ଭୋଜନ

ସେବାରେ ସୁଧାର ପାଇଁ ଏୟାର ଇଣ୍ଡିଆ ବିମାନରେ ଉନ୍ନତ ଭୋଜନ ବ୍ୟବସ୍ଥା କରିଛି ଟାଟା । ପ୍ରଥମେ ଏହା ମୁମ୍ବାଇ-ନ୍ୟୁୟର୍କ, ମୁମ୍ବାଇ-ଦିଲ୍ଲୀ ଫ୍ଲାଇଟରେ ଆରମ୍ଭ ହୋଇଥିବା ବେଳେ ପରେ ସବୁ ରୁଟରେ ଉନ୍ନତ ଭୋଜନ ମିଳିବ । ବିମାନ ଉଡ଼ାଣର ୧୦ ମିନିଟ୍ ପୂର୍ବରୁ ସମସ୍ତ ଡୋରକୁ ବନ୍ଦ କରି ଦିଆଯିବ ।

Flyers What Changes Will See in Air India Flights Tata

ବର୍ଷେ ଯାଏ ଯିବନି ଚାକିରି

ଏୟାର ଇଣ୍ଡିଆର ଘରୋଇକରଣ ପରେ ଚାକିରିକୁ ନେଇ କର୍ମଚାରୀ ଦ୍ୱନ୍ଦ୍ୱରେ ଥିବାବେଳେ ଆଶ୍ୱସ୍ତି ମିଳିଛି । କାହାରି ଚାକିରି ବର୍ଷେ ଯାଏ ଯିବ ନାହିଁ ବୋଲି ଟାଟା କହିଛି । ଟେକଓଭର ଠାରୁ ବର୍ଷେ ପର୍ଯ୍ୟନ୍ତ ଟାଟା କୌଣସି କର୍ମଚାରୀଙ୍କୁ ବାହାର କରିବ ନାହିଁ । ତେବେ ଦ୍ୱିତୀୟ ବର୍ଷରେ ଟାଟା କର୍ମଚାରୀଙ୍କ ପାଇଁ କୌଣସି ନିଷ୍ପତ୍ତି କିମ୍ବା ସର୍ତ୍ତ ରଖିପାରେ ।

ଦ୍ୱିତୀୟ ବର୍ଷ କଣ ହେବ ?

ଦ୍ୱିତୀୟ ବର୍ଷ ଟାଟା. ଏୟାର ଇଣ୍ଡିଆ କର୍ମଚାରୀଙ୍କ ଲାଗି ଭିଆରଏସ୍ ଆଣିପାରେ । ଯେଉଁଥିରେ କମ୍ପାନୀକୁ ଅଧିକ ଲାଭ ମିଳିବ । ସେହିଭଳି କର୍ମଚାରୀ ଗ୍ୟାଚୁଇଟି, ପ୍ରୋଭିଡେଣ୍ଟ ଫଣ୍ଡ ଓ ମେଡିକାଲ ସୁବିଧା ଲାଭ ପାଇବେ ।

Flyers What Changes Will See in Air India Flights Tata

କେଉଁଠି ରହିବେ କର୍ମଚାରୀ

ଟାଟାକୁ ଏୟାର ଇଣ୍ଡିଆ ହସ୍ତାନ୍ତର ପରେ କର୍ମଚାରୀ ୬ ମାସ ଯାଏ ଏୟାର ଇଣ୍ଡିଆ କଲୋନୀରେ ରହିପାରିବେ । ଏଥିସହ ୫୫ ବର୍ଷ ବୟସ୍କ ଅଥବା ଏୟାର ଇଣ୍ଡିଆରେ ୨୦ ବର୍ଷ ଧରି ସେବା ଯୋଗାଇଥିବା କର୍ମଚାରୀଙ୍କୁ ସରକାର ଏବେ ମେଡିକାଲ ସୁବିଧା ଯୋଗା ଥିବାବେଳେ ଆଗକୁ ଟାଟା ସ୍ୱାସ୍ଥ୍ୟ ଖର୍ଚ୍ଚ ବହନ କରିବ । ଏହାଛଡ଼ା ଅବସର ନେଇଥିବା ୫୦ ହଜାର କର୍ମଚାରୀଙ୍କୁ ମେଡିକାଲ୍ ସୁବିଧା ମିଳିବ ।

Leave a Reply