spot_img

Latest Posts

ଏହି ଦେଶରେ ଫ୍ଲୁ ଟିକାର ଖରାପ ପ୍ରଭାବ, ୫ ମୃତ୍ୟୁ ପରେ…

ସିୟୋଲ୍ : ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ସହ ଲଢୁଛି । ଲୋକଙ୍କୁ ଏହି ବିପଦରୁ କାଢିବା ପାଇଁ ଅନେକ ଦେଶର ବୈଜ୍ଞାନିକମାନେ ଟୀକା ପ୍ରସ୍ତୁତି ନେଇ ଦିନରାତି କାମ କରୁଛନ୍ତି । ଏହି ସମୟରେ ଦକ୍ଷିଣ କୋରିଆରୁ ଆସିଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏଠାରେ ଋତୁକାଳିନ ଫ୍ଲୁ ର ଟୀକା ପ୍ରୟୋଗ କରିବା ପରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।  ଏହି ଘଟଣା ଘଟିବା ପରେ ସ୍ଥାନୀୟ ସରକାର ସେଠାରେ ଟୀକା ପ୍ରୟୋଗ କାର୍ଯ୍ୟକ୍ରମ ସ୍ଥଗିତ ରଖିଛନ୍ତି।

ଗୋଟିଏ ସପ୍ତାହ ମଧ୍ୟରେ ଗଲା ୫ ଜୀବନ

ଦକ୍ଷିଣ କୋରିଆର ଜଣେ ଅଧିକାରୀ କହିଛନ୍ତି ଯେ, ଗତ ସପ୍ତାହରେ ସେଠାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ଟୀକାକରଣ ନିରାପତ୍ତାକୁ ନେଇ ଚିନ୍ତା ବଢୁଛି । ପାରମ୍ପରିକ ମୌସୁମୀ ଟୀକାକରଣ କାର୍ଯ୍ୟକ୍ରମରେ କରୋନା ଟିକା ପ୍ରୟୋଗ ପାଇଁ ବିସ୍ତାର କରାଯାଇଥିଲା ।

ଟିକା ଯୋଗୁଁ ମୃତ୍ୟୁ !

ଅଧିକାରୀମାନେ କହିଛନ୍ତି ଯେ, ଟୀକା ଯୋଗୁଁ ଏହି ମୃତ୍ୟୁ ଘଟିଛି ବୋଲି ଏଯାଏଁ କୌଣସି ପ୍ରମାଣ ମିଳିନାହିଁ । ତଥାପି ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ଜରୁରୀ ଯାଞ୍ଚ କରାଯାଉଛି । ଯାହାଫଳରେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡିବ।

ଟୀକାକରଣ କାର୍ଯ୍ୟକ୍ରମ ଉପରେ ଲାଗିଲା ରୋକ୍

ମୃତ୍ୟୁ ନେଇ ଦକ୍ଷିଣ କୋରିଆର ସ୍ୱାସ୍ଥ୍ୟମନ୍ତ୍ରୀ କିମ ଗାଙ୍ଗ-ଲିପ କହିଛନ୍ତି ଯେ, ଏବେ କୌଣସି ସ୍ପଷ୍ଟ ବକ୍ତବ୍ୟ ଦେବା କଷ୍ଟକର । କାରଣ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ବ୍ୟତୀତ ୧୭ ବର୍ଷର ବାଳକ ମଧ୍ୟ ଅଛନ୍ତି । ସେଥିପାଇଁ ଏହି ଟୀକାକରଣ କାର୍ଯ୍ୟକ୍ରମ ଉପରେ ବର୍ତ୍ତମାନ ରୋକ ଲଗାଯାଇଛି।

କରୋନା ଟୀକାକରଣ କାର୍ଯ୍ୟକ୍ରମର ପ୍ରଭାବ

କିଛି ସପ୍ତାହ ପୂର୍ବରୁ ଦକ୍ଷିଣ କୋରିଆରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ପରେ ପାଞ୍ଚ ଜଣଙ୍କ ମୃତ୍ୟୁ ସମଗ୍ର କାର୍ଯ୍ୟକ୍ରମରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର କରୋନା ଭାଇରସ ଟିକା ବଣ୍ଟନ ମଧ୍ୟ କରିଥାନ୍ତେ । ହେଲେ ଏବେ ଟିକା ନେଇ ଅଲଗା ଯୋଜନା କରିବାକୁ ପଡ଼ିବ।

Latest Posts

Don't Miss