ବାରବାଟୀ ଲଜ୍ଜା : ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ କଡା ସମାଲୋଚନା
1 min read![](https://nandighoshatv.com/wp-content/uploads/2025/02/ଓଡିଆ-ଅସ୍ମିତାକୁ-ଅଭିଶାପ-1024x576.jpg)
ଭୁବନେଶ୍ବର: ବାରବାଟୀରେ ଘୋର ଲଜ୍ଜା । କାହିଁକି ୨୮ ମିନିଟ୍ କଟିଗଲା ଫ୍ଲଡ୍ ଲାଇଟ୍ । ଷ୍ଟାଡିୟମରେ ଘୋର ଅନ୍ଧାର, ଦର୍ଶକଙ୍କ ପ୍ରଶ୍ନ ଦାୟୀ କିଏ ? କାହିଁକି ଅନ୍ଧାର ହେଲା ବାରବାଟୀ ? ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା କେମିତି କଟିଗଲା ଲାଇଟ୍ ? ସାରା ବିଶ୍ବରେ ଓଡ଼ିଶା ମ୍ୟାଚକୁ ନେଇ ଉଠିଲା ପ୍ରଶ୍ନ । ତେବେ ଏହି ମାମଲାକୁ ନେଇ ଓଡିଶା ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣା କଡା ନିନ୍ଦା କରିଛନ୍ତି ବରିଷ୍ଠ ନେତାମାନେ । ଏହା ଓଡିଆ ଅସ୍ମିତା ନା ଅଭିଶାପ କହି ରାଜ୍ୟ ସରକାରଙ୍କ କଟାକ୍ଷ କରିଛନ୍ତି ବିରୋଧୀ ନେତାମାନେ ।
ତେବେ ଏହାକୁ କଡା ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଓଡିଆ ଅସ୍ମିତାକୁ ଅଭିଶାପ ବୋଲି ସେ କହିଛନ୍ତି । ବାରବାଟୀ ଫ୍ଲଡ୍ ଲାଇଟ୍ ବନ୍ଦ ହେବାକୁ ନେଇ ସେ ଅଭିଶାପ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅନ୍ତର୍ଜାତୀକ କ୍ରିକେଟ ମ୍ୟାଚ୍ ବେଳେ ବାରବାଟୀ ଅନ୍ଧାର ପାଇଁ ପୁରା ବିଶ୍ୱରେ ଲଜ୍ଜିତ ହେଲା ଓଡ଼ିଶା । ବିଶ୍ଵ ଦେଖିଲା ଖେଳ ଚାଲୁଥିବା ବେଳେ ବାରବାଟୀ ଅନ୍ଧାର । ଆଉ ବାରବାଟୀକୁ ଖେଳ ଆସିବ କି ନାହିଁ ସନ୍ଦେହ । ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ତାରା ବାହିନୀପତି ।
ସେପଟେ କଂଗ୍ରେସ ବିଧାୟିକ ସୋଫିଆ ଫିର୍ଦ୍ଦୋଷ ଏ ଘଟଣାକୁ ନିନ୍ଦା କରିଥିବା ବେଳେ କହିଛନ୍ତି କାହିଁକି ଏପରି ତ୍ରୁଟି ହେଲା ଏହାର ତଦନ୍ତ ହେବ । ଏଭଳି ଘଟଣାର ପୁନରାବୃତ୍ତି ନ ହେଉ ତାହା ପାଇଁ ବିଧାନସଭାରେ ଲଢେଇ କରିବି ।
ବାରବାଟୀ ଅନ୍ଧାର ଘଟଣା ଆମକୁ ଆଘାତ ଦେଇଛି । କଟକର ଐତିହ୍ୟକୁ ଆଞ୍ଚ ଆଣିଛି ବାରବାଟୀ ଅନ୍ଧାର ଘଟଣା । ସମସ୍ତେ ଥାଇ ଏପରି ତ୍ରୁଟି କେମିତି ହେଲା ? କଠୋର ପଦକ୍ଷେପ ନିଆଯାଉ ଯେପରି ଭବିଷ୍ୟତରେ ଏପରି ପୁନରାବୃତ୍ତି ନହୁଏ ବୋଲି ଦାବି କରିଛନ୍ତି କଟକ ମେୟର ସୁବାସ ସିଂ । ତେବେ ଏହାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । କାହିଁକି ମ୍ୟାଚ ମଝିରେ ଲାଇନ୍ କଟିଲା ? କିଏ ଏହି କାରଣ ପାଇଁ ଦାୟୀ । ଏହି କାରଣରୁ ଓଡି଼ଶା ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି। ଓଡିଶାକୁ ଅପଦସ୍ତ କରନ୍ତୁନି ବୋଲି କହିଛନ୍ତି ।
ସେପଟେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ମ୍ୟାଚ ଦାୟିତ୍ଵରେ ଥିଲେ ଅନେକ ସବ୍ କମିଟି । ବିଦ୍ୟୁତ ଦାୟିତ୍ୱବି ଗୋଟେ କମିଟି ନେଇଥିଲା। କେଉଁ ସଂସ୍ଥା ଓ କିଏ କେଉଁ କମିଟି ଦାୟିତ୍ୱରେ ଥିଲେ, OCA ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । DG ଡ୍ରାଇଭର କି ବ୍ୟାକ ଅପ ଡ୍ରାଇଭର କାହିଁକି ନଥିଲା ? ବିଦ୍ୟୁତ କାଟ ବଡ଼ କଥା ନୁହେଁ, ବିଳମ୍ବ ହେବା ବଡ଼ କଥା। ୨୦ ସେକେଣ୍ଡରେ ବିଦ୍ୟୁତ ପୁନଃ ସୁଯୋଗ ହୋଇ ପାରିଥାନ୍ତା। ନ ହେବାରୁ ଏହା ସମସ୍ତଙ୍କୁ ଆଘାତ ଦେଇଛି। ମୁଁ DCP ଙ୍କୁ କହିଥିଲି, ସେହି ବ୍ୟକ୍ତିଙ୍କୁ ଗିରଫ କରିବାକୁ। କେଉଁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଓ ପରିବହନ ଦାୟିତ୍ୱ ନେଇଥିଲେ, ତାର ଉତ୍ତର ବି ମଗାଯାଇଛି । ମୁଁ ଆଶ୍ୱାସନା ଦେଉଛି ଓଡ଼ିଶାକୁ ଆହୁରି ମ୍ୟାଚ ଆସିବ ବୋଲି କହିଛନ୍ତି, ସୂର୍ଯ୍ୟବଂଶୀ ସୂରଜ।