୪ଟି ଗେଟ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟାଜଳ

Flood Water Released Through 4 Gate Of Hirakud Dam

ସମ୍ବଲପୁର: ଉପରୁ ମୁଣ୍ଡରୁ ହୀରାକୁଦ ଡ୍ୟାମକୁ ପାଣି ପ୍ରବାହ କମିବା ପରେ ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ହୀରାକୁଦ ଜଳଭଣ୍ଡାରରୁ ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ପୁଣି ୪ଟା ଗେଟ୍ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୪୩ ଫୁଟ୍ ରହିଥିବା ବେଳେ ଡ୍ୟାମ୍ ଭିତରକୁ ପ୍ରତିସେକେଣ୍ଡରେ ୨ ଲକ୍ଷ ୪୨ ହଜାର ୨୨୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି  । ସେକେଣ୍ଡ ପିଛା ନିଷ୍କାସିତ ହେଉଛି ୧ ଲକ୍ଷ ୬୧ ହଜାର ୧୯୭ ଘନଫୁଟ୍ ବନ୍ୟାଜଳ । ସମ୍ବଲପୁର ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦୂର ହୋଇଛି ।

Flood Water Released Through 4 Gate Of Hirakud Dam

ଅନ୍ୟପଟେ ସାମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି । ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିଯାଇଛି । ଆଉ ମାଧ୍ୟମ ଧରଣର ବନ୍ୟା ହେବାର ନାହିଁ । ପରିବର୍ତ୍ତିତ ପାଣିପାଗ ନେଇ ବିଭାଗ ସତର୍କ ରହିଛି । ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହିଛି । ଯେଉଁଥିପାଇଁ ତଳିଆ ଅଞ୍ଚଳରୁ ପାଣି ଛାଡ଼ିବା ବିଳମ୍ବ ହେଉଛି । ଏବେସୁଧା ବିଭିନ୍ନ ନଦୀ ବନ୍ଧରେ ୮ଟି ଛୋଟ ଘାଇ ହୋଇଥିଲା । ସେଗୁଡ଼ିକୁ ବାଲି ବସ୍ତା ପକାଇ ମରାମତି କରିଦିଆଯାଇଛି ।

Leave a Reply