ରାସ୍ତା ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସି ଗଲେ ୫

ଜଳେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟା ସ୍ଥିତି ଜଟିଳ । ସୁବର୍ଣ୍ଣରେଖାରେ ବନ୍ୟା ପାଣି ଆସି ଗାଁ ଗଣ୍ଡାରେ ପଶିଛି । ରାସ୍ତା ପାଣିରେ ବୁଡିଛି । କେଉଁଠି ବିଲ କେଉଁଠି ରାସ୍ତା କିଛି ଜଣାପଡୁନାହିଁ । ଏମିତି ସ୍ଥିତିରେ ରାସ୍ତା ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ୫ ଜଣ  ସେମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବାସ୍ଥା ଗୁରୁତର ରହିଛି । ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲିଆପାଳ ବ୍ଲକର ୭ଟି ପଞ୍ଚାୟତ ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ଅନେକ ମୁଖ୍ୟ ରାସ୍ତାରେ ୩ରୁ ୪ ଫୁଟ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । କୁହ୍ଲାଚଡ ଗ୍ରାମରୁ ୨ ଜଣ ପୁରୁଷ ୩ ଜଣ ମହିଳା ରାଶନ ସାମଗ୍ରୀ ପାଇଁ ବାଲିଆପାଳ ଆସୁଥିଲେ । ଏହି ସମୟରେ କୁହ୍ଲାଚଡ ଜାମକୁଣ୍ଡା ରାସ୍ତାରେ ପ୍ରବାହିତ ହେଉଥିବା ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି ।