ବାତ୍ୟା ପରେ ଏବେ ବନ୍ୟା ବିପଦ: ଫୁଲୁଛି ବୈତରଣୀ, ବଢ଼ୁଛି ସୁବର୍ଣ୍ଣରେଖା
1 min read
ବାତ୍ୟା ପରେ ଏବେ ବନ୍ୟା ବିପଦ । ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର । ଝାଡ଼ଖଣ୍ଡ ଗାଲିଡିହ ବ୍ୟାରେଜରୁ ବନ୍ୟାଜଳ ନିଷ୍କାସନ ପରେ ତଳମୁଣ୍ଡରେ ସୃଷ୍ଟି ହୋଇଛି ବନ୍ୟାସ୍ଥିତି । ସକାଳ ୬ଟା ସୁଦ୍ଧା ଜାମଶୋଳା ଘାଟ ଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବାଲିଆପାଳର କୁଡ଼ମାନସିଂହ, ଚୋବଧୁରୀକୁଡ଼, ଜାମକୁଣ୍ଡା, ସୁଙ୍ଘମୁହଁ ଓ ଭୋଗରାଇର ୧୫ଟି ପଞ୍ଚାୟତର ୮୦ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଏଣୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଇଛି ।
ସେପଟେ ବୈତରଣୀରେ ବନ୍ୟା ଆସିବା ଯୋଗୁଁ କେନ୍ଦୁଝର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ସେହିପରି ପ୍ରବଳ ବର୍ଷା ଯୋଗୁଁ ସିମିଳିପାଳର ବିଭିନ୍ନ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏନେଇ ସ୍ଥାନାନ୍ତର ଓ ପୁନରୁଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ସେପଟେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବହୁ ତଳି ଅଞ୍ଚଳ ଜଳମଗ୍ନ ହୋଇଛି ।
ଭଣ୍ଡାରିପୋଖରୀ ବ୍ଲକର ୬ ପଞ୍ଚାୟତର କିଛି ଗାଁ ଓ ଧାମନଗର ବ୍ଲକର ୮ଟି ପଞ୍ଚାୟତର କିଛି ଅଞ୍ଚଳ ଜଳମଗ୍ନ ହୋଇଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ଶରତା ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ, ଭଣ୍ଡାରିପୋଖରୀ- ଯାଜପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ରହିଛି ।