ବନ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ଭରା ପାଣି, ଦୟାନଦୀରେ ୨୦୦ ଫୁଟର ଘାଇ

ପୁରୀ: କିଛି ଦିନର ଲଗାଣ ବର୍ଷା ପ୍ରଭାବରେ ଘାଣ୍ଟି ହେଉଛି ଓଡ଼ିଶା । ବର୍ଷାତ କମିଯାଇଛି ହେଲା ଛାଡ଼ିଯାଇଛି ଦୁର୍ଦଶା । ବନ୍ୟା ପ୍ରଭାବରେ ଏବେ ଅଧା ଓଡ଼ିଶା ପାଣି ଘେରରେ ରହିଛି  । ରାଜ୍ୟର ବିଭିନ୍ନ ଜିଲ୍ଲାରେ ନଦି ବନ୍ଧରେ ଘାଇ ସୃଷ୍ଟି ହୋଇଛି । ଯାହାଫଳରେ ବିପଦ ସଙ୍କୁଳ ଅବସ୍‌ତାରେ ଗାଁ ଗୁଡ଼ିକ ରହିଛି । ସେପଟେ ଦୟାନଦୀରେ ୨ଶହ ଫୁଟର ଘାଇ ସୃଷ୍ଟି ହୋଇଛି ।

ପୁରୀ ଜିଲ୍ଲା କଣାସ ନୂଆସାହି ବେହେଣ୍ଟା ନିକଟ ଦୟାନଦୀରେ ୨୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ଗତକାଲି ସନ୍ଧ୍ୟା ୬ରୁ ସାଢ଼େ ୬ଟା ମଧ୍ୟରେ ଘାଇ ହୋଇଛି । ଏହା ପ୍ରଭାବରେ ଏବେସୁଦ୍ଧା ୧୦ରୁ ୧୫ ହଜାର ଲୋକେ ଅସୁବିଧାର ସାମ୍ନା କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଫଳରେ ୮ ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ମାଟିଆପଡ଼ା, ଘରଛିଆ, ବଗିପଡ଼ା, ପାଣ୍ଡିଆକେରା, ସିମିଳିପାଟଣା, ନନକେରା, ବେହେଁଣ୍ଟା, ବଡ଼ପୁଟ ଆଦି ପଞ୍ଚାୟତର ଲୋକ ପ୍ରଭାବିତ ହେବେ । ଘର ଭିତରେ ପାଣି ପଶିବା ସହ ୟୋଗାଯୋଗ ବିଚ୍ଛିନ୍ନ ହେବ ବୋଲି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Leave a Reply