ଲଗାଣ ବର୍ଷା ପାଇଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି, ପାଣି ଘେରରେ ଶିବମନ୍ଦିର

ଢେଙ୍କାନାଳ: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା । ବର୍ଷାରେ ବେହାଲ ହେଲାଣି ଅଧା ଓଡ଼ିଶା । ବିଭିନ୍ନ ଜିଲ୍ଲାରେ ବର୍ଷା ତାର ଭୟାବହତା ଦେଖାଇଛି । କେଉଁଠି ଘର ବୁଡ଼ିଛି ତ କେଉଁଠି ମନ୍ଦିର । ଲଗାଣ ବର୍ଷା କରାଣରୁ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଧନଜୀବନ । ଘରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ହନ୍ତସନ୍ତ ହୋଇ ପଡ଼ିଲେଣି ଲୋକେ । କେବଳ ସେତିକି ନୁହେଁ ଘର ସହ ମନ୍ଦିର ଭିତରେ ବି ପାଣି ପଶିଛି ଫଳରେ ମନ୍ଦିର ଭିତରେ ପୂଜାର୍ଚ୍ଚନା ବନ୍ଦ ହୋଇଯାଇଛି । 

ଲଗାଣ ବର୍ଷାରେ ବେହାଲ୍ ଢେଙ୍କାନାଳ । ପାଣି ଘେରରେ ରହିଛି ଭୁବନର ଦୌଡେଶ୍ୱର ଶିବମନ୍ଦିର । ମନ୍ଦିର ଭିତରେ ୪ଫୁଟ୍ ଉଚ୍ଚରେ ପାଣି ଚାଲିଛି ଫଳରେ ସେଠାରେ ଦେବାଦେବୀଙ୍କ ପୂଜା କରାଯାଇ ହୋଇପାରି ନାହିଁ । ବ୍ରାହ୍ମଣୀ ନଦୀ କୂଳ କରମୂଳର ଏହି ଶିବ ମନ୍ଦିର ଜଳବନ୍ଦୀ ହୋଇରହିଛି ।  ଶିବ ଲିଙ୍ଗ ବୁଡି ରହିଥିବା ବେଳେ ପୂଜାର୍ଚ୍ଚନା ବନ୍ଦ ରହିଛି । ସେପଟେ ଗତ ୪ ଦିନ ଧରି ଲଗାଣ ବର୍ଷାରେ ବେହାଲ୍ ହୋଇଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ ଭୁବନ ଅଞ୍ଚଳ । ପ୍ରାୟ ୭୦ରୁ ଅଧିକ ଗାଁରେ ପାଣି ପଶିଛି । ଗତକାଲି ଜୋରନ୍ଦା କରମୂଳ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଅନେକ ଚାଷ ଜମି ଜଳମଗ୍ନ ହୋଇଥିଲା ।

Leave a Reply