ମାତ୍ର ୨ ଘଣ୍ଟାରେ ଆପଣ ପହଞ୍ଚିବେ ସୁରଟରେ, ଭୁବନେଶ୍ୱରରୁ ସୁରଟକୁ ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ୱର: ମାତ୍ର ୨ ଘଣ୍ଟାରେ ଆପଣ ପହଞ୍ଚିବେ ସୁରଟ । କାରଣ ଆଜିଠୁ ଆରମ୍ଭ ହୋଇଛି ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ସେବା । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସକାଳ ୮ଟା ୪୦ରେ ଉଡ଼ାଣ ଭରିଛି ଏୟାର ଇଣ୍ଡିଆ ବିମାନ । ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରଟକୁ ବିମାନ ଉଡ଼ିବ । ସେହିଭଳି ସୁରତରୁ ଭୁବନେଶ୍ୱରକୁ ଶୁକ୍ରବାର ଓ ରବିବାର ଦିନ ବିମାନ ଚଳାଚଳ କରିବ ।

ଏଥିପାଇଁ ଯାତ୍ରୀଙ୍କୁ ୫ ହଜାର ୫୫୩ ଟଙ୍କା ଦେବାକୁ ପଡ଼ିବ । ଏହି ବିମାନରେ ଥରକେ ୧୮୦ ଜଣ ଯାତ୍ରା କରିପାରିବେ । ଓଡ଼ିଶାରୁ ସୁରତକୁ ସିଧାସଳଖ ବିମାନ ଉଡ଼ାଣ ନେଇ ବହୁଦିନରୁ ଦାବି ହୋଇଆସୁଥିଲା । ୨୦୧୮ରେ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ଜୁଲାଇ ୨୨ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ପୁରୀଙ୍କୁ ଭେଟି ଦାବି ଜଣାଇଥିଲେ ।

 

ଏହାପରେ ଏହି ଅନୁରୋଧକୁ ସ୍ୱୀକୃତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରୁ ସିଧାସଳଖ ସୁରତକୁ ବିମାନ ଚଳାଚଳକୁ ମଞ୍ଜୁରି ମିଳିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

Leave a Reply