ଖୁବଶୀଘ୍ର ଭୁବନେଶ୍ବରରୁ ୪ ସହରକୁ ଉଡିବ ବିମାନ, ନୂଆବର୍ଷ ପୂର୍ବରୁ ନୂଆ ଟର୍ମିନାଲ
ଭୁବନେଶ୍ବର: ନୂଆ ରୂପ ନେଲା ବିଜୁ ପଟ୍ଟନାୟକ ଅନ୍ତର୍ଜତୀୟ ବିମାନ ବନ୍ଦର । ନୂଆବର୍ଷ ପୂର୍ବରୁ କାର୍ଯ୍ଯକରିବ ନୂଆ ଟର୍ମିନାଲ ଲିଙ୍କ ବିଲଡିଂ । ସିକ୍ୟୁରିଟି କ୍ଲିୟରାନ୍ସ ପାଇଁ ଆବେଦନ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । କ୍ଲିୟରାନ୍ସ ମିଳିବା ପରେ ପ୍ରସ୍ତୁତ ହେବ ଏସଓପି । ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ ।
ସିଆଇଏସଏଫ, କଷ୍ଟମ, ଏୟାରଲାଇନ୍ସ, ଇମିଗ୍ରେସନ ସହ କରାଯିବ ବୈଠକ । ବର୍ତ୍ତମାନ ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇଛି । ଖୁବଶୀଘ୍ର ସୁରଟ, ଡେରାଡୁନ, ଚଣ୍ଡିଗଡ, ଜମ୍ମୁକୁ ଉଡିବ ନୂଆ ବିମାନ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସୁରଟ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ବର ବିମାନ ବନ୍ଦର ସଂଯୋଗ କରିଛି ବୋଲି ସୂଚନା ଦେଇଛନ୍ତି ମିନା ବନ୍ଦର କର୍ତ୍ତୃପକ୍ଷ ।