ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ିଲା ବିମାନ, ୧୨ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା

1 min read

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ବିମାନବନ୍ଦରରୁ ଆରମ୍ଭ ହୋଇଛି ବିମାନ ସେବା । କୋଲକାତା-ଝାରସୁଗୁଡ଼ା, ଝାରସୁଗୁଡ଼ା-ଭୁବନେଶ୍ୱର ଓ ଝାରସୁଗୁଡ଼ା-କୋଲକାତାକୁ ଆରମ୍ଭ ହେଲା ଉଡ଼ାଣ । ଗଲା ୨୫ ତାରିଖରେ ଝାରସୁଗୁଡ଼ାରୁ ସ୍ଵାଇସ ଜେଟ୍‌  ଦିଲ୍ଲୀ ଓ ହାଇଦ୍ରାବାଦକୁ ଉଡ଼ିଥିଲା ।

ଯାନ୍ତ୍ରିକ ତୃଟି ଯୋଗୁଁ ଝାରସୁଗୁଡ଼ା-ଭୁବନେଶ୍ୱର-କୋଲକାତାକୁ ବିମାନ ସେବା ବନ୍ଦ ଥିଲା । କୋଲକାତାରୁ ୭ଯାତ୍ରୀଙ୍କୁ ନେଇ ୭ଟା ୩୫ରେ ଝାରସୁଗୁଡ଼ାରେ ପହଞ୍ଚିଥିଲା ବିମାନ। ପରେ ୮ଟା ୧୦ରୁ ୧୨ ଯାତ୍ରୀଙ୍କୁ ନେଇ ଉଡାଣ ଭରିଛି ଆଲାଏନ୍ସ ବିମାନ ।

୯ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବା ସହ ସେଠାରୁ ୯ଟା ୪୫ରୁ କୋଲକାତା ପାଇଁ ଟେକଅଫ୍‌ କରିବା ସୂଚନା ରହିଛି । ପ୍ରଥମ ଦିନରେ ଝାରସୁଗୁଡ଼ାରୁ ୧୨ ଯାତ୍ରୀ ଭୁବନେଶ୍ୱର ଆସିଥିବା ବେଳେ ୨୩ ଯାତ୍ରୀ ଝାରସୁଗୁଡ଼ା ଯିବେ ବୋଲି ସୂଚନା ମିଳିଛି।

Leave a Reply