ଘନ କୁହୁଡ଼ି କବଳରେ ଜାତୀୟ ରାଜଧାନୀ ଦିଲ୍ଲୀ , ବିମାନ ଚଳାଚଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ :  ଘନ କୁହୁଡ଼ି କବଳରେ ଜାତୀୟ ରାଜଧାନୀ ଦିଲ୍ଲୀ । ପ୍ରବଳ ଥଣ୍ଡାରୁ ଏଠାରେ ଜିରୋ ଭିଜିବିଲିଟି। ଏକାଧିକ ଅଂଚଳରେ ମାତ୍ର ୧୨୫ ମିଟର ରହିଛି ଭିଜିବିଲିଟି। ଏହି କାରଣରୁ ଅସ୍ତବ୍ୟସ୍ତ ହୋଇ ପଡିଛି ଜନଜୀବନ । ଇନ୍ଦିରାଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହାଧିକ ବିମାନ ବିଳମ୍ବରେ ଚାଲୁଛି । ସମସ୍ତ ଯାତ୍ରୀ ନିଜ ନିଜର ବିମାନ ଯାତ୍ରା ନେଇ ବିମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ବିମାନ ବନ୍ଦର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ଖସିଛିୁ ବାୟୁର ଗୁଣବତ୍ତାମାନ । ଏୟାର କ୍ବାଲିଟି ଇଣ୍ଡେକ୍ସ ପାଖାପାଖି ୪୦୦ ନିକଟରେ ପହଞ୍ଚିଛି । ଦିଲ୍ଲୀରେ ପ୍ରଦୂଷଣର ମାନ ଅତି ଖରାପ ସ୍ତରରେ ରେକର୍ଡ କରିଛି ପ୍ରଦୂଷଣ ବିଭାଗ। ସେପଟେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ ହୋଇଛି। ପ୍ରବଳ ଥଣ୍ଡାରୁ ଫୁଟପାଥ ଅଂଚଳରେ ରହୁଥିବା ଲୋକେ ସରକାରଙ୍କ ପକ୍ଷରୁ ନିର୍ମିତ ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଂଜିଛନ୍ତି । ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ଖସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସର୍ବାଧିକ ତାପମାତ୍ରା ୨୫ ଡିଗ୍ରୀ ରହିପାରେ ।