ଆସନ୍ତାକାଲିଠୁ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ଯାତାୟତ କରିବ ବିମାନ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଗଞ୍ଜାମର ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ସ୍ୱତନ୍ତ୍ର ଚାର୍ଟର ବିମାନସେବା ଆରମ୍ଭ ହେବ ।
ସେହିପରି ଜେଟ୍ ଏରିନା ପକ୍ଷରୁ ଆକାଶ ଏୟାର ଲାଇନ୍ସ ଓଡ଼ିଶାରେ ଆରମ୍ଭ କରିବ ବିମାନ ସେବା । ଏହି ସେବା ଆସନ୍ତା ଏପ୍ରିଲ 17 ତାରିଖଠାରୁ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ବେଙ୍ଗାଳୁରୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ପୁଣେ ଏବଂ ପୁଣେରୁ ଭୁବନେଶ୍ୱରକୁ ମଧ୍ୟ ଉଡ଼ିବ ବିମାନ ।