ଦୁର୍ଗାପୂଜା ପୂର୍ବରୁ କମିଶନରେଟ୍ ପୋଲିସର ଫ୍ଳାଗମାର୍ଚ୍ଚ

1 min read

ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ କମିଶନରେଟ୍ ପୋଲିସର ଫ୍ଳାଗମାର୍ଚ୍ଚ । ଖୋଲାରେ ମଦ୍ୟପାନ, ଖଟି, ନିଶା କାରବାର ଏବଂ ହାର୍ଡକୋର କ୍ରିମିନଲଙ୍କ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ୍ । ୟୁନିଟ୍-6 ବସ୍ତିରେ କ୍ୟାପିଟାଲ୍ ଥାନା ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ କରାଯାଇଥିବା ବେଳେ ଲକ୍ଷୀସାଗର ଥାନା ପକ୍ଷରୁ ହଳଦୀ ପଡିଆ ବସ୍ତି ଏବଂ ଖାରବେଳ ନଗର ଥାନା ପକ୍ଷରୁ ମାଳିସାହିରେ ଫ୍ଳାଗମାର୍ଚ୍ଚ କରାଯାଇଛି । ଏଥିରେ ୩ ଥାନାର ଆଇଆଇସିଙ୍କ ସମେତ ଏସିପି ଏବଂ ୩ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ ।