ହିମାଚଳ ପ୍ରଦେଶ ନିର୍ବାଚନ; ସୀମା ବିବାଦ ପାଇଁ ଅଡ଼ୁଆରେ ପଡିପାରେ ବିଜେପି

ମନାଲି: ହିମାଚଳ ପ୍ରଦେଶ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ପାଇଁ ବିପଦ ସେତିକି ଅଧିକ ହେଉଛି । ହିମାଚଳ ପ୍ରଦେଶ ଓ ଲଦାଖର ସୀମା ବିବାଦକୁ ନେଇ ହିମାଚଳ ପ୍ରଦେଶ ଜନସାଧାରଣ ମୁଖ୍ୟତଃ ଯୁବବର୍ଗ ବର୍ତ୍ତମାନ ବିଜେପିକୁ ଚରମ ବାଣୀ ଶୁଣାଇ ସାରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଅତୀତରେ ୨୦୧୪ରେ ହିମାଚଳ ଓ ଲଦାଖ ସୀମାରେଖା ବିବାଦରେ ବିଜେପି ଛନ୍ଦି ହୋଇଯାଇଥିଲା। ଏହି କାରଣକୁ ନେଇ ହିମାଚଳବାସୀ ଅସନ୍ତୁଷ୍ଟ ଅଛନ୍ତି । ଏଥିଲାଗି ରାଜ୍ୟବାସୀ ବିଜେପି ଉପରେ ଦୋଷାରୋପ କରିଛନ୍ତି। ବିବାଦୀୟ ହିମାଚଳ ଓ ଲଦାଖ ସୀମାରେଖାରେ ଅନୁପ୍ରବେଶର ଲାଭ ଉଠାଇ ଲଦାଖୀ ଜନସାଧାରଣ ହିମାଚଳର ସାଧାରଣ ଜନତାଙ୍କ ଜୀବନଜୀବିକାକୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏହି ବିବାଦର ସମାଧାନ ନକଲେ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ହିମାଚଳ ଜନତା ସତର୍କ କରାଇଛନ୍ତି।