ରାମଗିରିରେ ବିକାଶର ହିସାବ ଦେଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଗଜପତି : ଗଜପତି ଜିଲ୍ଲା ରାମଗିରିରେ ବିକାଶର ହିସାବ ଦେଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୭ ମାସ ମଧ୍ୟରେ ମୋହନା ନିର୍ବାଚନମଣ୍ଡଳୀକୁ ୧୬୦ କୋଟିରୁ ଅଧିକ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ମେ ୯ ତାରିଖରେ ମୋହନା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ। ଏହି ଗସ୍ତକୁ ୭ ମାସରୁ ଅଧିକ ସମୟ ବିତିଥିବାବେଳେ ସେତେବେଳେ ମିଳିଥିଲା ୪୨୫ ଦରଖାନ୍ତ । ସେଥିମଧ୍ୟରୁ ୩୮୦ ଦରଖାସ୍ତର ସମାଧାନ ହୋଇଛି। ଏଥି ମଧ୍ୟରୁ ମହେନ୍ଦ୍ରତନୟା କରଡ଼ାସିଙ୍ଗ ସେତୁ ଲାଗି ୧୯ କୋଟି , ସାଇଲଡ଼ା ନିସାନପୁର ସେତୁ ଲାଗି ୫ କୋଟି ୭୦ ଲକ୍ଷ, ଡମ୍ବାଳ ସେତୁ ଲାଗି ୪ କୋଟି ୯୫ ଲକ୍ଷ  ମଂଜୁର ହୋଇଛି । ରାଇସିଂରେ ନାଳ ଉପରେ ସେତୁ ଲାଗି ୪ କୋଟି ୮୦ ଲକ୍ଷ, ମୁରିସାହି ଡମ୍ବଳା ସେତୁ ଲାଗି ୪ କୋଟି ୪୦ ଲକ୍ଷ,  ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଲିଓବୋ ଅତରସିଂ ରାସ୍ତାରେ ସେତୁ ଲାଗି ୪ କୋଟି ମଂଜୁର ହୋଇ କାମ ଆରମ୍ଭ ହୋଇଛି । ଲୁହାଙ୍ଗର ପଞ୍ଚାୟତର ନାଳ ଉପରେ ସେତୁ ଲାଗି ୪ କୋଟି ୮ ଲକ୍ଷ, କେରାଣ୍ଡି ପଞ୍ଚାୟତରେ ବାସୁଗାଁ ନାଳ ସେତୁ ଲାଗି ୩ କୋଟି ୩୦ ଲକ୍ଷ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଜପତିରେ ଅନେକ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥିବାବେଳେ ଏଠାକାର ବିଭିନ୍ନ ଜଳପ୍ରପାତ ଲାଗି ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିମଧ୍ୟରେ ରହିଛି ମାଙ୍କଡଡ଼ିଆଁ ଜଳପ୍ରପାତ ଲାଗି ୨ କୋଟି ୯୫ ଲକ୍ଷ, ଖସଡ଼ା ଜଳପ୍ରପାତ ଲାଗି ୩ କୋଟି, ବ୍ରାହ୍ଣଣିଦେବୀ ଜଳପ୍ରପାତ ଲାଗି ୧ କୋଟି ୫୦ ଲକ୍ଷ, କିନଚରଲଙ୍ଗ ଜଳପ୍ରପାତ ଲାଗି ୧ କୋଟି ୧୨ ଲକ୍ଷ, ଗଣ୍ଡାହାତୀ ଲାଗି ୧ କୋଟି ୭୦ ଲକ୍ଷ, ଗୁଦୁଦୁଦା ୱାଟରଫଲ ଲାଗି ୧ କୋଟି ୨୫ ଲକ୍ଷ ମଂଜୁର ହୋଇଛି । ସେହିପରି ହଷ୍ଟେଲ ନିର୍ମାଣ ଲାଗି ଅର୍ଥ ମଂଜୁର ହୋଇଛି ।

ତୁରାଣିପାଣି ହଷ୍ଟେଲ ଲାଗି ୩ କୋଟି, ମୋହନା ଅନ୍ତରବା ହଷ୍ଟେଲ ଲାଗି ୩ କୋଟି, ଜୋରରେ ହଷ୍ଟେଲ ଲାଗି ୩ କୋଟି, ରାୟଗଡ଼ ବ୍ଲକ ଲକ୍ଷ୍ମୀପୁରରେ ହଷ୍ଟେଲ ଲାଗି ୩ କୋଟି ମଂଜୁର ହୋଇଛି । ନୂଆଗଡ଼଼ ବ୍ଲକରେ ଅନୁଗୁରୁ ହଷ୍ଟେଲରେ ୨୪୦ ପିଲା ରହିବା ପାଇଁ ୬ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୋହନା ନିର୍ବାଚନମଣ୍ଡଳୀରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଲାଗି  ୧୩୦ ଆବେଦନକୁ ମଂଜୁରୀ ମିଳିଛି । ଏଥିଲାଗି ୯ କୋଟି ୫୦ ଲକ୍ଷ ମଂଜୁର ହୋଇଛି । ଏହାସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡରେ ସୁବିଧା ଲାଗି ଗ୍ରାମାଞ୍ଚଳର ଲୋକେ ଆବେଦନ କରିବାକୁ କହିଛନ୍ତି । ପ୍ରତି ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ। ରାଜ୍ୟରେ ବିଭିନ୍ନ ଭତ୍ତା ପାଉଥିବା ହିତାଧିକାରୀ ଖୁବଶୀଘ୍ର ଖୁସି ଖବର ପାଇବେ । ଭତ୍ତା ବଢାଇବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ନଜର ପକାନ୍ତୁ