ଟ୍ରେନରୁ କମ୍ବଳ, ତକିଆ, ଗାମୁଛା ଆଦି ଚୋରି କଲେ ୫ ବର୍ଷ ଜେଲ !

1 min read

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ବିଶ୍ବର ଚତୁର୍ଥ ସର୍ବବୃହତ ରେଲ ନେଟଓ୍ବାର୍କ । ଦୈନିକ ଲକ୍ଷ ଲକ୍ଷ ରୋଗ ଟ୍ରେନରେ ଯାତ୍ରା କରିଥାନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ଭାଳିବା ପାଇଁ ୧୨ ଲକ୍ଷ କର୍ମଚାରୀ କାମ କରିଥାନ୍ତି । ରେଲେଓ୍ବ ଦେଶର କୋଣ ଅନୁକୋଣକୁ ଯୋଡ଼ିଥାଏ । ସେଥିପାଇଁ ରେଳବାଇକୁ ଦେଶର ଲାଇଫଲାଇନ୍ କୁହାଯାଇଥାଏ । ଟ୍ରେନ ଯାତ୍ରା ସମୟରେ ରେଲଓ୍ବେ ତରଫରୁ ଅନେକ ସୁବିଧା ମିଳିଥାଏ । ଏହି ସୁବିଧା ପାଇଁ କିଛି ପ୍ରତ୍ୟକ୍ଷ ଓ କିଛି ପରୋକ୍ଷ ଭାବେ ଚାର୍ଜ ଲାଗୁ କରାଯାଇଥାଏ ।

ଟ୍ରେନରେ ଏସି କ୍ଲାସେସ (ଥାର୍ଡ ଏସି, ସେକେଣ୍ଡ ଏସି, ଫାଷ୍ଟ ଏସି)ର କୋଚେସରେ ଯାତ୍ରୀଙ୍କୁ କମ୍ବଳ, ଚାଦର, ତକିଆ, ଟାଓ୍ବେଲ ଆଦି ଦିଆଯାଇଥାଏ । IRCTC ତରଫରୁ ଯାତ୍ରୀଙ୍କ ସିଟରେ ଏହି ସବୁ ଜିନିଷ ଉପଲବ୍ଧ କରାଯାଇଥାଏ । ଏହାର ଚାର୍ଜ ଟିକେଟ ସହିତ ମିଶି କରି ରହିଥାଏ । ଯାତ୍ରା ସମାପ୍ତ ହେବା ପରେ ଏହିସବୁ ଜିନିଷକୁ ରେଲଓ୍ବେକୁ ଫେରାଇବାକୁ ପଡ଼ିଥାଏ । ଏହା ପ୍ରତ୍ୟେକ ଯାତ୍ରୀଙ୍କ ନୈତିକ ଦାୟିତ୍ବ । ଏହାକୁ ସାଙ୍ଗରେ ନେଇଯିବା ଏକ ଦଣ୍ଡନୀୟ ଅପରାଧ । କାରଣ ଏହା ହେଉଛି ରେଲଓ୍ବେର ସମ୍ପତ୍ତି । ଯଦି କୌଣସି ଯାତ୍ରୀ ଟ୍ରେନରୁ କମ୍ବଳ, ଚାଦର, ତକିଆ ଚୋରି କରୁଥିବା ସମୟରେ ଧରାପଡ଼ନ୍ତି, ତେବେ ତାଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଜରିମାନା ଦେବାକୁ ଅସମର୍ଥ ହେଲେ ୧ ବର୍ଷ ଜେଲଦଣ୍ଡର ନିୟମ ରହିଛି । ତେଣୁ ଟ୍ରେନରୁ ଏହିସବୁ ଜିନିଷ କଦାପି ଚୋରି କରନ୍ତୁ ନାହିଁ । ଏହି ଅପରାଧ ବାରମ୍ବାର କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜରିମାନା ଲାଗୁ ହୋଇପାରେ ।