୫ ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଲେ ମାଓବାଦୀ

ମାଲକାନଗିରି:  ଗ୍ରାମବାସୀଙ୍କୁ ଅପହରଣ କରିନେଲେ ମାଓବାଦୀ । ମାଓବାଦୀମାନେ ୫ ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ  ମାଓବାଦୀମାନେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଓଡ଼ିଶା ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ବଟେର ଗାଁର ବାସିନ୍ଦାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ମୁତାବକ ଗତ ଶୁକ୍ରବାର ଦିନ ଜଣକୁ ଓ ଶନିବାରରେ ୪ ଜଣଙ୍କୁ ଅପହରଣ କରିଛନ୍ତି ମାଓବାଦୀ । ଏବେ ଯାଏଁ ଅପହୃତଙ୍କ କୌଣସି ସୂଚନା ମିଳିନାହିଁ । ଅପହୃତଙ୍କୁ ସୁରକ୍ଷିତ ଭାବେ ଛାଡି ଦେବାକୁ ନିବେଦନ କରିଛି ଆଦିବାସୀ ସମାଜ । ସେପଟେ କୋଉଁ କାରଣରୁ ମାଓବାଦୀମାନେ ଏହି ପାଞ୍ଚ ଜଣଙ୍କୁ ଅପହରଣ କରିଛନ୍ତି ତାହାର କୌଣସି ସୂଚନା ମିଳିପାରିନାହିଁ  ।

ବିଗତ ଦିନମାନଙ୍କରେ ସୁକମା ଜଙ୍ଗଲରେ ମାଓବାଦୀଙ୍କ ଉତ୍ପାତ ବଢିଛି  । କେତେବେଳେ ପୋଲିସ କର୍ମୀଙ୍କୁ ଅପହରଣ ତ, କେତେବେଳେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରିଥିବା ଖବର ପ୍ରକାଶ ପାଇଥିଲା  । ସେପଟେ ମାଓ ଉତ୍ପାତକୁ ନେଇ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସେଠାରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି  ।

Leave a Reply