ପୁରୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ୫-ଟି ସଚିବ
1 min read
ପୁରୀ ଗସ୍ତରେ 5-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜ୍ସ୍ଥିତ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5-ଟି ସଚିବ। ମେଡିକାଲରେ ରୋଗୀଙ୍କ ପାଇଁ କିଭଳି ବ୍ୟବସ୍ଥା ହୋଇଛି ସନେଇ ସମୀକ୍ଷା କରିଛନ୍ତି ।
ସେପଟେ ରଥଖଳା ପରିଦର୍ଶନ ଓ ଆଇଡିଏଚ୍ ହସ୍ପିଟାଲର କୋଭିଡ୍-19 ଓ୍ୱାର୍ଡ ବୁଲି ଦେଖିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ସମସ୍ତ ବ୍ୟବସ୍ଥା ସହ ଜୀବନ ଜୀବିକା ନେଇ ପୁରୀ ଜିଲ୍ଲାପାଳ,ଏସ୍ପି ଓ ସିଡିଏମ୍ଓଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ୍ ଓ ସୁରେଶ ମହାପାତ୍ର ।