ଭାରତର ୫ ଫ୍ୟୁଚର ଷ୍ଟାର କ୍ରିକେଟର

1 min read

ନୂଆଦିଲ୍ଲୀ: ନା ଥିଲେ ରୋହିତ ଶର୍ମା, ନା ଥିଲେ ବିରାଟ କୋହଲି । କେଏଲ ରାହୁଲଙ୍କୁ ଦେଖିବାକୁ ମିଳି ନଥିଲା କି ଭୁବନେଶ୍ବର କୁମାର ନଥିଲେ । ହେଲେ କ୍ରିଜ୍ ଉପରେ ଏମାନଙ୍କ ଅନୁପସ୍ଥିତି ଅନୁଭବ କରି ନଥିଲେ କ୍ରିକେଟ ପ୍ରେମୀ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଏମାନେ ଦଳରେ ସାମିଲ ନହେବା ପରେ ନିରାଶ ପ୍ରଶଂସକଙ୍କୁ ଭରପୂର ମନୋରଞ୍ଜନ ଦେଇଥିଲେ ଭାରତର ୫ ଫ୍ୟୁଚର୍ କ୍ରିକେଟ୍ ଷ୍ଟାର । ଏମାନଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଶ୍ରୀଲଙ୍କାକୁ ୨-୧ରେ ସିରିଜ ହରାଇଛି । ଆସନ୍ତୁ ଜାଣିବା ସିରିଜରେ ଷ୍ଟାର ପାଲଟି ଥିବାର ଭାରତର ଏହି ୫ ଷ୍ଟାର କ୍ରିକେଟରଙ୍କ ସମ୍ପର୍କରେ ।

ଅକ୍ଷର ପଟେଲ: ବାମହାତୀ ଅଲରାଉଣ୍ଡର ଅକ୍ଷର ପଟେଲ ଏ ସିରିଜରେ ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଅନୁଭବ ହେବାକୁ ଦେଇ ନଥିଲେ । ସିରିଜରେ ସେ ୧୧୭ ରନ୍ କରିବା ସହ ୩ଟି ଓ୍ବିକେଟ ହାସଲ କରିଛନ୍ତି । ଦ୍ବିତୀୟ ଟି-୨୦ରେ ଅକ୍ଷରଙ୍କ ଧମାକାଦାର ବ୍ୟାଟିଂ କ୍ରିକେଟ୍ ପ୍ରଶଂସକଙ୍କ ମନରେ ବହୁତ ଦିନ ରହିବ । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଅକ୍ଷର ପଟେଲ ପ୍ଲେୟାର ଅଫ ସିରିଜ ମଧ୍ୟ ହୋଇଛନ୍ତି ।

ସୂର୍ଯ୍ୟକୁମାର ଯାଦବ: ବିଶ୍ବର ନମ୍ବର ଓ୍ବାନ ଟି-୨୦ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ପ୍ରଦର୍ଶନ ସିରିଜରେ ଦେଖିବାକୁ ପାଇଥିଲେ କ୍ରିକେଟ ପ୍ରଶଂସକ । ୩ଟି ମ୍ୟାଚରେ ୧୭୫ରୁ ଅଧଇକ ଷ୍ଟ୍ରାଇକରେଟରେ ୧୭୦ ରନ୍ କରିଥିଲେ । ଏଥରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ରହିଛି । ସିରିଜରେ ୧୨ ଛକା ଓ ୧୧ଟି ଚୌମା କରିଥିଲେ ସୂର୍ଯ୍ୟ ।

ଉମରାନ ମଲ୍ଲିକ: ଫାଷ୍ଟ ବୋଲର ଉମରାନ ମଲ୍ଲିକଙ୍କ ପାଇଁ ଏହି ସିରିଜ ଭଲ ରହିଥିଲା । ସିରିଜର ୩ଟି ମ୍ୟାଚରେ ୧୫.୧୪ ପ୍ରତିଶତରେ ୭ ଓ୍ବିକେଟ ହାସଲ କରିଛନ୍ତି । ଉମରାନଙ୍କ ସ୍ପେସ୍ ଓ ବାଉନ୍ସ ଶ୍ରୀଲଙ୍କ ଖେଳାଳିଙ୍କୁ ବହୁତ ସମସ୍ୟାରେ ପକାଇଥିଲା । ସିରିଜରେ ସବୁଠାରୁ ଅଧିକ ଓ୍ବିକେଟ ନେବା ଖେଳାଳି ଥିଲେ ଉମରାନ ।

ଶିବମ ମାଭି: ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଫାଷ୍ଟ ବୋଲର ଶିବମ ମାଭି ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ । ମୁମ୍ବାଇରେ ଡେବ୍ୟୁ ମ୍ୟାଚରେ ୪ଟି ଓ୍ବିକେଟ ହାସଲ କରିଥିଲେ । ଶେଷ ଦୁଇଟି ମ୍ୟାଚରେ ଓ୍ବିକେଟ ପାଇନଥିଲେ ବି ବ୍ୟାଟିଂରେ ଭଲ ଯୋଗଦାନ ଦେଇଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା: ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବି ସିରିଜରେ ଷ୍ଟାର ଖେଳାଳି ଥିଲେ । ସେ ୩ଟି ଓ୍ବିକେଟ ନେବା ସହ ୪୫ ରନ୍ କରିଥିଲେ । ହେଲା ତାଙ୍କ ଅଧିନାୟକତ୍ବରେ କିଛି ଭଲ ନିଷ୍ପତ୍ତି ତାଙ୍କଠାରୁ ଦେଖିବାକୁ ମିଳିଥିଲା । ପାଣ୍ଡ୍ୟାଙ୍କ ଏହା ତୃତୀୟ ସିରିଜ ବିଜୟ ।