ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ସହ ତାହାର ଲଢେଇ ଜାରି ରଖିଛି । ଏବେ ସୁଦ୍ଧା ଏକ କୋଟିରୁ ଅଧିକ ଲୋକ ଏହି ମହାମାରୀର ଶିକାର ହୋଇଛନ୍ତି । ଏଥି ସହିତ ଏହି ରୋଗରେ ପାଞ୍ଚ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ଟିକା କିମ୍ବା ଏହାର କୌଣସି ଔଷଧ ମିଳିପାରି ନାହିଁ।
ଏହି ଭାଇରସ୍ ଆସିବାର ୬ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି କରୋନା ବିଷୟରେ ଏପରି କିଛି ରହସ୍ୟ ଅଛି, ଯାହା ବିଷୟରେ କେହି ଏପର୍ଯ୍ୟନ୍ତ ଜାଣିନାହାଁନ୍ତି । ସାଇନସ୍ ଚେନେରାଲ ନେଚର ବିଶ୍ୱର ବୈଜ୍ଞାନିକମାନଙ୍କୁ ଦର୍ଶାଇ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଏହି ମହାମାରୀ ବିଷୟରେ ୫ ଟି ରହସ୍ୟ ଉଲ୍ଲେଖ କରାଯାଇଛି, ଯାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ତେଣୁ କୁହାଯାଉଛି, ଯେ ପର୍ଯ୍ୟନ୍ତ ଏହି ୫ଟି ପ୍ରଶ୍ନର ଉତ୍ତର ନମିଳିଛି, ଏହି ଭୂତାଣୁ ପାଇଁ ଏକ ପ୍ରଭାବୀ ସମାଧାନ ବାହାର କରିବା ଅସମ୍ଭବ ।
ଏହି ଭାଇରସ୍ କେଉଁଠୁ ଆସିଲା?
ଏହି ମାରାତ୍ମକ ଭାଇରସ୍ କେଉଁଠାରୁ ଉତ୍ପନ୍ନ ହୋଇଛି ତାହା ଏପର୍ଯ୍ୟନ୍ତ ସବୁଠାରୁ ବଡ ରହସ୍ୟ ଅଟେ । ୬ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବୈଜ୍ଞାନିକମାନେ କୌଣସି ବି ସିଦ୍ଧାନ୍ତରେ ପହଞ୍ଚି ପାରିନାହାଁନ୍ତି ଯେ, ଏହି ଭାଇରସ୍ କେବେ, କେଉଁଠୁ ଏବଂ କେମିତି ଜନ୍ମ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ଏହା ବାଦୁଡ଼ିଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଛି । ଏହା ପଛର କାରଣ RATG 13 କୁ ଦର୍ଶାଯାଇଛି ଯାହା ବାଦୁଡ଼ିମାନଙ୍କ ଠାରେ ମିଳିଥାଏ । ତଥାପି, କେତେକ ବୈଜ୍ଞାନିକ ଏହି ଦାବିକୁ ଗ୍ରହଣ କରି ନାହାଁନ୍ତି ଏବଂ ସେମାନେ ଦାବି କରିଥାନ୍ତି ଯେ ଯଦି ଏହା ହୋଇଥାନ୍ତା, ତେବେ ମଣିଷ ଏବଂ ବାଦୁଡ଼ିଙ୍କ ଜିନୋମରେ ଚାରି ପ୍ରତିଶତ ପାର୍ଥକ୍ୟ ରହି ନଥାନ୍ତା ଯିଏ ଏହି ଭାଇରସ୍ ପାଇଁ ଦାୟୀ ଅଟେ ।
ମଣିଷ ଶରୀରରେ ଭାଇରସ୍ ବିରୁଦ୍ଧରେ ପ୍ରତିକ୍ରିୟା କାହିଁକି ଭିନ୍ନ ?
କରୋନା ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କ ମଧ୍ୟରେ ଏହା ଦେଖାଯାଇଛି ଯେ, ସମାନ ବୟସ ଏବଂ ସମାନ କ୍ଷମତା ପରେ ମଧ୍ୟ ଏହି ଭାଇରସର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଭିନ୍ନ ହୋଇଥାଏ । ଏହା ଏପର୍ଯ୍ୟନ୍ତର ଏକ ଅବୁଝା ଅଧ୍ୟାୟ କି ଏପରି କାହିଁକି ହେଉଛି । ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ବୁଝିପାରୁ ନାହାଁନ୍ତି ଭାଇରସ୍ ବିରୁଦ୍ଧରେ ବିଭିନ୍ନ ଶରୀରର ପ୍ରତିକ୍ରିୟା ପରସ୍ପରଠାରୁ ଭିନ୍ନ କାହିଁକି ? କରୋନା ସଂକ୍ରମଣରେ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ଇଟାଲୀ ଏବଂ ସ୍ପେନର ୪୦୦୦ ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ଅନୁସନ୍ଧାନ ପରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏଥିରେ ଗୋଟିଏ କିମ୍ବା ଦୁଇଟି ଅତିରିକ୍ତ ଜିନ୍ ରହିପାରେ ।
ଭାଇରସ ବିପକ୍ଷରେ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ରହିବ ପ୍ରତିରୋଧକ କ୍ଷମତା ?
ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ବୁଝିପାରି ନାହାଁନ୍ତି ଯେ, କରୋନାରେ ସଂକ୍ରମିତ ହେବା ପରେ ରୋଗୀର ଶରୀର କେତେ ଦିନ ପର୍ଯ୍ୟନ୍ତ ଭାଇରସ୍ ବିରୁଧରେ କେତେ ସମୟ ପର୍ଯ୍ୟନ୍ତ ପ୍ରତିରୋଧକ ଶକ୍ତି ରହିବ । ଭାଇରସ୍ ଜନିତ ଅନ୍ୟ ରୋଗରେ, ଏହି କ୍ଷମତା ଶରୀରରେ କିଛି ମାସ ପର୍ଯ୍ୟନ୍ତ ରହିଥାଏ । ତେଣୁ, ଅନୁସନ୍ଧାନ ମାଧ୍ୟମରେ ବୈଜ୍ଞାନିକମାନେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, କରୋନାରେ ସଂକ୍ରମିତ ହେବା ପରେ ରୋଗୀରେ ଉତ୍ପାଦିତ ଆଣ୍ଟିବଡିଜ କେତେ ସମୟ ପର୍ଯ୍ୟନ୍ତ ଏହି ରୋଗରୁ ଶରୀରକୁ ପ୍ରତିରୋଧକ ଶକ୍ତି ପ୍ରଦାନ କରିପାରିବ ।
ଭାଇରସ୍ କେଉଁଠି କମ୍ ଆଉ କେଉଁଠି ଅଧିକ ମାରାତ୍ମକ କାହିଁକି ?
ଦୁନିଆର ଅନେକ ଦେଶରେ ଏହି ଭାଇରସ୍ ତାର ଅତ୍ୟନ୍ତ ଭୟଙ୍କର ରୂପ ଦେଖାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । କେତେକ ଦେଶରେ ଏହାର ପ୍ରଭାବ କମ୍ ଏପର୍ଯ୍ୟନ୍ତ କମ୍ ରହିଛି । ଏହାର କାରଣ ପାଇଁ ବୈଜ୍ଞାନିକମାନେ ଏହି ଭାଇରସର କାର୍ଯ୍ୟକଳାପକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ଅଞ୍ଚଳ ଅନୁଯାୟୀ ଭାଇରସ୍ ପରିବର୍ତ୍ତନକୁ ଜାଣିବାକୁ ବୈଜ୍ଞାନିକମାନେ ଅଧ୍ୟୟନ କରୁଛନ୍ତି।
କେତେ ଦିନ ଭିତରେ ଏହି ଟିକା ପ୍ରସ୍ତୁତ ହେବ ?
କରୋନା ଭାଇରସ୍ ଟିକା ବିଷୟରେ ଅନେକ ଦାବି ହୋଇଆସୁଛି, କିନ୍ତୁ ଏପର୍ଯ୍ୟନ୍ତ ଲୋକମାନେ ଜାଣି ନାହାଁନ୍ତି କେତେ ଦିନ ପର୍ଯ୍ୟନ୍ତ ଏହି ଟିକା ମିଳି ପାଇବ । କରୋନା ଟିକା ବିକଶିତ କରିବା ପାଇଁ ପ୍ରାୟ ୨୦୦ଟି ପ୍ରକଳ୍ପ ଚେଷ୍ଟା ଚଲାଛି | ସେଥିମଧ୍ୟରୁ ୨୦ଟି ପ୍ରକଳ୍ପ ମାନବ ପରୀକ୍ଷା ସ୍ତରରେ ପହଞ୍ଚିଛି । ପରୀକ୍ଷିତ ସମସ୍ତ ଟିକାଗୁଡ଼ିକରେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂଚାଇ ଦେଉଛନ୍ତି ଯେ ଫୁସଫୁସକୁ ସଂକ୍ରମଣରୁ ରକ୍ଷା କରିବାରେ ଏହା ପ୍ରଭାବଶାଳୀ, କିନ୍ତୁ ଏହି ଟିକା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିପାରୁ ନାହିଁ ।

