ଜେଲରେ ନିଜକୁ ଧାରୁଆ ଅସ୍ତ୍ରରେ ଆଘାତ କଲେ, ପୁଣି ଫାଶୀରେ ଝୁଲିଲେ ୫ କଏଦୀ

Five Prisoners Attempt To Suicide In Delhi Tihar Jail

ନୂଆଦିଲ୍ଲୀ: ତିହାଡ଼ ଜେଲରେ ସାମୁହିକ ଆତ୍ମହତ୍ୟା ଉଦ୍ୟମ । ଜଣେ କିଏ ଦୁଇ ଜଣ ନୁହେଁ, ପୂରା ପାଞ୍ଚ ପାଞ୍ଚ ଜଣ କଏଦୀ ଜେଲରେ କରିଛନ୍ତି ସାମୁହିକ ଆତ୍ମହତ୍ୟା ଉଦ୍ୟମ । ସମୟ ପୂର୍ବରୁ ଜେଲ୍ ଷ୍ଟାଫଙ୍କୁ ଏନେଇ ଜଣାପଡ଼ିବା ପରେ ବଞ୍ଚି ଯାଇଛି ୫ କଏଦୀଙ୍କ ଜୀବନ । ଜଣେ କଏଦୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ୫ ଜଣ କଏଦୀ କାହିଁକି କଲେ ସାମୁହିକ ଆତ୍ମହତ୍ୟା ଉଦ୍ୟମ । ଏହାର ଯାଞ୍ଚ ଆରମ୍ଭ କରିଛନ୍ତି ତିହାଡ଼ ଜେଲ୍ କର୍ତ୍ତୃପକ୍ଷ ।

Five Prisoners Attempt To Suicide In Delhi Tihar Jail

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତିହାଡ଼ର ୩ ନମ୍ବରେ ଜେଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜେଲରେ ବନ୍ଦୀ ଥିବା ୫ ଜଣ କଏଦୀ ମଙ୍ଗଳବାର ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ୫ କଏଦୀ ନିଜକୁ ପ୍ରଥମେ ଧାରୁଆ ଅସ୍ତ୍ରରେ ଆଘାତ କରିଥିଲେ । ଏହାପରେ ନିଜ ନିଜ ୱାର୍ଡରେ ଫାଶୀ ଫାନ୍ଦରେ ଝୁଲି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ । ଏହା ଜଣାପଡ଼ିବା ପରେ ଜେଲ କର୍ମଚାରୀ ଚିତ୍କାର କରିବା ସହ ତୁରନ୍ତ କଏଦୀଙ୍କୁ ୱାର୍ଡରୁ ବାହାର କରି ଜୀବନ ବଞ୍ଚାଇଥିଲେ ।

ଏନେଇ ଜେଲର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି । ସମସ୍ତ ଆହାତଙ୍କୁ ପ୍ରଥମେ ଜେଲ୍ ଭିତରେ ଥିବା ହସ୍ପିଟାଲକୁ ନିଆଯାଇଥିଲା । ଜଣେ କଏଦୀଙ୍କ ଅବସ୍ଥା ବିଗିଡ଼ିବାରୁ ତାକୁ ଡିଡିୟୁ ହସ୍ପିଟାଲ୍ ସ୍ଥାନାନ୍ତିରତ କରାଯାଇଛି । ତେବେ ଜେଲରେ ଏକାଥରକେ ପାଞ୍ଚ ପାଞ୍ଚ ଜଣ କଏଦୀ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରଥମ ଘଟଣା ।

Leave a Reply