ବିବାହ ଭୋଜିରୁ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ବାଟଲା: ପଞ୍ଜାବର ବାଟଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ଉଜୁଡି ଯାଇଛି । ଦୁର୍ଘଟଣା ଟି ଜାଲନ୍ଧର ରୋଡ ସ୍ଥିତ ମିଶରପୁର ଗାଁ ପାଖରେ ରବିବାର ବିଳମ୍ବିତ ରାତିରେ ହୋଇଛି । ଟ୍ରକ୍ ସହ ଏକ ଅଲ୍ଟୋ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି । ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ଚାରିଜଣ ଏବଂ ତାଙ୍କ ଗାଁର ଏକ ତିନି ବର୍ଷର ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି କାରରେ ଥିବା ୧୩ ବର୍ଷୀୟ ଗୋପାଳ ସିଂହ ଏବଂ ଜଣେ ବାଇକ ଚାଳକ ରମନଦୀପ ସିଂହ ଗୁରୁତର ଆହତ ହୋଇଛନ୍ତି ।

ଗୋପାଳ ସିଂହଙ୍କୁ ଅମୃତସର ସ୍ଥାନାନ୍ତର କରାଯାଇଛି । ଏମାନେ ବାଟଲାର ଚାହଲ କଲାଁ ଗ୍ରାମର ଅଧିବାସୀ ଅଟନ୍ତି । ଏକ ବିବାହ ଉତ୍ସବରେ ଯୋଗଦେଇ ନିଜ ଗାଁକୁ ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲ । କୁହାଯାଉଛି ଯେ କାର ଟି ସର୍ବପ୍ରଥମେ ଏକ ମୋଟରସାଇକେଲକୁ ଧକ୍କା ଦେଇଥିଲା ଏବଂ ଏହାପରେ କିଛି ବାଟ ଦୂରରେ ଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।