ସୁନ୍ଦରଗଡ଼ରେ ବେକାବୁ ସ୍କ୍ରବ ଟାଇଫସ; ଦିନକରେ ଆଉ ୫ ଆକ୍ରାନ୍ତ ଚିହ୍ନଟ
1 min readସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବେକାବୁ ସ୍କ୍ରବ ଟାଇଫସ। ଆଜି ଦିନକରେ ଆଉ ୫ ଆକ୍ରାନ୍ତ ଚିହ୍ନଟ। ୪୫ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧େ ପହଞ୍ଚିଛି ।
ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ICUରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ୧୨ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି। ସୁସ୍ଥ ହେଲେଣି ୧୯୮ ଆକ୍ରାନ୍ତ । ତେବେ ଭୟ କରିବାର କିଛି ନାହିଁ। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି। ସଚେତନତା ଏବଂ ସତର୍କତା ରୁ ହିଁ ଏହି ସ୍କ୍ରବ ଟାଇଫସକୁ ଦମନ କରାଯାଇପାରିବ।