କାମ ବେଳେ ଭୁଶୁଡିପଡିଲା କାନ୍ଥ , ୭ ମୃତ

ଗୁଜରାଟ:  ଗୁଜରାଟ ମେହସାଣାରେ ମାଟି ଧସି ୭ ଶ୍ରମିକ ମୃତ। ନିର୍ମାଣ କାମ ଚାଲିଥିବାବେଳେ ମାଟି ଧସି ଶ୍ରମିକଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ମେହସାଣା ଜିଲ୍ଲା ଜସାଲପୁର ଗାଁରେ ଘଟିଛି ଏ ଅଘଟଣ  ନିର୍ମାଣ ଲାଗି ବଡ଼ ଗାତ ଖୋଳାଯାଉଥିବାବେଳେ ମାଟି ଧସିଯାଇଥିଲା। ମଧ୍ଯାହ୍ନ ସମୟରେ ଘଟିଛି ଏ ଅଘଟଣ। ଏକ ଫ୍ଯାକ୍ଟ୍ରିର ଭୂତଳ ଟ୍ଯାଙ୍କ ନିର୍ମାଣ ଲାଗି ଗାତ ଖୋଳା ଯାଉଥିବାବେଳେ ଧସିଥିଲା ମାଟି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। ମାଟି ତଳେ ଆଉ କିଛି ଶ୍ରମିକ ଦବି ରହିଥିବା ସନ୍ଦେହ କରାଯାଉଛି । ଏକ ଘରୋଇ କମ୍ପାନୀର ନେତୃତ୍ଵରେ ଏହି ମାଟି ଖୋଳାକାମ ହେଉଥିଲା । ଜେସିବି ସହାୟତାରେ ମାଟି ତଳେ ଦବି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ନିର୍ମାଣ କାମ ସମୟରେ ସୁରକ୍ଷା ମାପଦଣ୍ଡର ଉଲ୍ଲଂଘନ କରି କମ୍ପାନୀ ଏହି ନିର୍ମାଣ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମାଟି ତଳେ ଆଉ କିଛି ଶ୍ରମିକ ଦବି ରହିଥିବା ସନ୍ଦେହ କରାଯାଉଛି। ଘଟଣାର ତନାଘନା ଆରମ୍ଭ କରିଛି ପୋଲିସ। ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାଇ ଖେଳିଯାଇଛି ।