ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଓଏସଆରଟିସି ବସ, ୫ ଆହତ
1 min read
ସମ୍ବଲପୁର: ସମ୍ବଲପୁରରେ ଓଏସଆରଟିସି ବସ ଦୁର୍ଘଟଣା l ଜମନକିରା ଥାନା ବାଇପାସ ରାସ୍ତାରେ କେନ୍ଦୁଝରରୁ ବଲାଙ୍ଗୀର ଯାଉଥିବା OSRTC ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l
ରାସ୍ତା କଡରେ ପୂର୍ବରୁ ଛିଡାହୋଇ ଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଲା ବସ୍ l ବସ ଚାଳକ ଗୁରୁତର ଥିବା ବେଳେ ପ୍ରାୟ ୫ ଜଣ ଆହତ l ଆହତଙ୍କୁ ଜମନକିରା ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ 2ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।