spot_img

Latest Posts

ଭାରତର ୫ ଖେଳାଳି ଭାଙ୍ଗିଲେ ବାୟୋ ସିକ୍ୟୁରିଟି ପ୍ରୋଟୋକଲ, ରୋହିତଙ୍କ ସହ ୫ ଖେଳାଳିଙ୍କୁ କ୍ୱାରେଣ୍ଟାଇନ

ନୂଆଦିଲ୍ଲୀ: ଭାରତର ପାଞ୍ଚଜଣ କ୍ରିକେଟରଙ୍କ ଅଷ୍ଟ୍ରେଲିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ରୋହିତ ଶର୍ମା, ଶୁଭମ ଗିଲ, ନବଦୀପ ସେନି, ଋଷଭ ପନ୍ଥ ଏବଂ ପ୍ରୀତି ଖାଁ ଏକ ରେସ୍ତୋରାଁରେ ଖାଉଥିବାର ଭିଡିଓରେ ରହିଛି। ଏହି ଭିଡିଓ ଭାଇରାଲ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ଏବଂ ବିସିସିଆଇ ଏହାର ତଦନ୍ତ ଆରମ୍ଭ କରିଛି। ଏହି ପାଞ୍ଚଜଣ କ୍ରିକେଟରଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ଏଠାରେ ଆମେ କହି ରଖୁଛୁଯେ ଖେଳ ସମୟରେ ରେସ୍ତୋରାଁ ଭିତରକୁ ଯିବା ହେଉଛି ସିଏର ବାୟୋ ସିକ୍ୟୁରିଟି ପ୍ରୋଟୋକଲଗୁଡ଼ିକର ଉଲ୍ଲଂଘନ।

କ୍ରିକେଟ୍ ଅଷ୍ଟ୍ରେଲିଆ ଏକ ବିବୃତ୍ତିରେ କହିଛି, ‘ବିସିସିଆଇ ଏବଂ ସିଏ ଏକ ଭିଡିଓ ଦେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମ ଗିଲ, ପୃଥ୍ବୀ ସ ଏବଂ ନବଦୀପ ସେନି ମେଲବର୍ଣ୍ଣରଏକ ରେସ୍ତୋରାଁ ଭିତରେ ନୂଆ ବର୍ଷରେ ଖାଇବା ଖାଉଥିବା ନଜର ଆସିଛନ୍ତି। ବିବୃତ୍ତି ଅନୁଯାୟୀ, ବିସିସିଆଇ ଏବଂ ସିଏ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି । ଖେଳାଳିଙ୍କ ପଦକ୍ଷେପ ବାୟୋ ସିକ୍ୟୁରିଟି ପ୍ରୋଟୋକଲର ଉଲ୍ଲଂଘନ କି ନାହିଁ ତାକୁ ନେଇ ତଦନ୍ତ ଚାଲିଛି।

ଅଷ୍ଟ୍ରେଲିଆ ଏବଂ ଭାରତୀୟ ଡାକ୍ତରୀ ଦଳର ପରାମର୍ଶ କ୍ରମେ ଏହି ସମସ୍ତ ଖେଳାଳିଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ୦ପଠାଯାଇଛି। ”ଏହି ପାଞ୍ଚଜଣ କ୍ରିକେଟରଙ୍କୁ ମେଲବର୍ଣ୍ଣର ଏକ ବିବିକ୍ୟୁ ରେସ୍ତୋରାଁର ଗୁପ୍ତ ରୋଷେଇ ଘରେ ଦେଖିବାକୁ ମିଳିଥିଲା । ଖେଳାଳିଙ୍କୁ ବାହାରେ ବୁଲିବାକୁ ଅନୁମତି ଦିଆଯାଇଛି । ସେମାନେ ରେସ୍ତୋରାଁ ବାହାରେ ବସି ଖାଇପାରିବେ। ସିଡନୀ ମର୍ନିଂ ହେରାଲ୍ଡ ଏବଂ ଦି ଏଜ ରେସ୍ତୋରାଁର କର୍ମଚାରୀମାନେ କରିଛନ୍ତି ଯେ ଖେଳାଳିମାନେ ପ୍ରଥମେ ରେସ୍ତୋରାଁ ପରିଦର୍ଶନ କରି ଭିତରକୁ ଯାଇଥିଲେ।

Latest Posts

Don't Miss