ପଞ୍ଜିକାରେ ଭୁଲ ତଥ୍ୟ ରହିଲେ କାର୍ଯ୍ୟାନୁଷ୍ଠାନ, ୫ ପଞ୍ଜିକାକୁ ସ୍ବୀକୃତି

1 min read

ପୁରୀ: ଆଉ ଭିନ୍ନ ଭିନ୍ନ ପଞ୍ଜିକାରେ ରହିବ ନି ଭିନ୍ନ ଭିନ୍ନ ତଥ୍ୟ । ଏବେ ସବୁ ପଞ୍ଜିକାରେ ପର୍ବପର୍ବାଣୀକୁ ନେଇ ରହିବ ସମାନ ତଥ୍ୟ । ପଞ୍ଜିକା ସମୀକରଣ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏହାସହ ୫ଟି ପଞ୍ଜିକାକୁ ସ୍ବୀକୃତି ପ୍ରଦାନ କରାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ଆଜି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପଞ୍ଜିକର ସମୀକରଣ ବୈଠକ ବସିଥିଲା । ବୈଠକକୁ ୮ଟି ପଞ୍ଜିକା ପ୍ରଶାସକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ୫ଟି ପଞ୍ଜିକାକୁ ସ୍ବୀକତି ପ୍ରଦାନ କରାଯାଇଛି । ଏହି ପଞ୍ଜିକା ଗୁଡିକ ହେଲେ ରାଧାରମଣ, କୋହିନୁର, ଅରୁଣୋଦୟ, ଜି.ଏନ. ତ୍ରିପାଠୀ ଓ ଭାଗ୍ଯଦୀପ ।

ଏହାସହ ବୈଠକରେ ଶ୍ରୀମନ୍ଦିର ବାର୍ଷିକ ପର୍ବପର୍ବାଣୀ ମଧ୍ଯ ଅନୁମୋଦିତ ହୋଇଛି । ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ବିଗତ ଦିନରେ ଅନେକ ବିବାଦ ଦେଖାଦେଇଥିଲା । ଏହାର ସମାଧାନ ଲାଗି ଏହି ବୈଠକ ଡକାଯାଇଥିଲା । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ପଞ୍ଜିକାରମାନଙ୍କ ସମେତ ପୂଜା ପଣ୍ଡା ନିଯୋଗ ଓ ମୁକ୍ତି ମଣ୍ଡପ ସଦସ୍ୟ ଉପସ୍ଥିତ ଥିଲେ ।