ଆଜିଠାରୁ ସାରା ଦେଶରେ ଲାଗୁ ହେଲା ଏହି ୫ଟି ବଡ଼ ନିୟମ
1 min read
ନୂଆଦିଲ୍ଲୀ: ଏପ୍ରିଲ ପହିଲା ଅର୍ଥାତ ଆଜିଠାରୁ ସାରା ଦେଶରେ ୫ଟି ବଡ଼ ନିୟମ ଲାଗୁ ହୋଇଛି । ଏହାଫଳରେ ଗ୍ରାହକମାନେ ବହୁମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ କ’ଣ ସବୁ ପରିବର୍ତ୍ତନ ଘଟିଲା ତାହା ଆପଣମାନେ ନିହାତି ଜାଣିବା ଆବଶ୍ୟକ ।
(୧) ଆଜିଠାରୁ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ଦିଲ୍ଲୀରେ ୪୧ଟା, କୋଲକତାରେ ୪୪.୫୦ ଟଙ୍କା ଶସ୍ତା ହୋଇଛି । ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।
(୨) ନୂଆ ଟ୍ୟାକ୍ସ ଇୟର ଆରମ୍ଭରୁ ନୂଆ ଟ୍ୟାକ୍ସ ସ୍ଲାବ ଲାଗୁ କରାଯାଇଛି । ବେତନଭୋଗୀ କର୍ମଚାରୀ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ପାଇଁ ଯୋଗ୍ୟ ହେବେ । ଏହାର ଅର୍ଥ ହେଉଛି, ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନଧାରୀମାନେ ଏବେ ଟ୍ୟାକ୍ସରୁ ମୁକ୍ତି ପାଇବେ । ନୂଆ ଟ୍ୟାକ୍ସକୁ ବିକଳ୍ପ ଭାବେ ବାଛିଥିବା ଲୋକମାନେ କେବଳ ଏହାର ଫାଇଦା ଉଠାଇ ପାରିବେ ।
(୩) ନୂଆ ଟ୍ୟାକ୍ସ ସ୍ଲାବ ବ୍ୟତୀତ ଟିଡିଏସ ବିନିୟମକୁ ମଧ୍ୟ ଅପଡେଟ କରାଯାଇଛି । ଅନାବ୍ୟଶକ କଟକୁ ହ୍ରାସ କରିବା ଓ କରଦାତାଙ୍କ ପାଇଁ କ୍ୟାଶ ଫ୍ଲୋରେ ସୁଧାର ପାଇଁ ବିଭିନ୍ନ ବର୍ଗରେ ଲିମିଟ୍ ବୃଦ୍ଧି କରାଯାଇଛି । ଉଦାହରଣ ସ୍ବରୂପ- ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଆୟରେ ଟିଡିଏସର ସୀମା ଦୁଇଗୁଣ କରି ୧ ଲକ୍ଷ କରାଯାଇଛି ।
(୪) ନୂଆ ଟ୍ୟାକ୍ସ ବର୍ଷ ଆରମ୍ଭ ସହିତ ଏପ୍ରିଲ ପହିଲାରୁ କେନ୍ଦ୍ର କର୍ମଚାରୀଙ୍କୁ ଗ୍ୟାରେଣ୍ଟିକୃତ ପେନସନ ଦେଉଥିବା ୟୁନିଫାଏଡ ପେନସନ ସ୍କିମ ବା ୟୁପିଏସର ଶୁଭାରମ୍ଭ ହେବାକୁ ଯାଉଛି । ଆଜିଠାରୁ କେନ୍ଦ୍ର କର୍ମଚାରୀମାନେ ପୋର୍ଟାଲରେ ଆବେଦନ କରିପାରିବେ । ୟୁପିଏସ ଅଧିନରେ ସର୍ବନିମ୍ନ ପେନସନ ମାସକୁ ୧୦ ହଜାର ଟଙ୍କା ମିଳିବ ।
(୫) ଆଜିଠାରୁ ଏସବିଆଇ ଓ ପିଏନବି ସମେତ ଅନ୍ୟ ବ୍ୟାଙ୍କ ଗ୍ରାହକଙ୍କ ସେଭିଂ ଆକାଉଣ୍ଟ ପାଇଁ ସବର୍ନିମ୍ନ ବାଲାନ୍ସ ସହ ଜଡ଼ି ନିୟମ ସଂଶୋଧନ କରାଯାଇଛି । ଗ୍ରାହକଙ୍କ ପାଇଁ ମିନିମମ ବାଲାନ୍ସ ପାଇଁ ସେକ୍ଟର ଆଧାରରେ ସ୍ଥିର ହେବ । ମିନିମମ ବାଲାନ୍ସ ନରଖିଲେ ଫାଇନ ଲାଗିପାରେ ।