ପି.ଏମ ମୋଦିଙ୍କୁ ମିଲିନ୍ଦ ପଚାରିଦେଲେ ଏଭଳି ପ୍ରଶ୍ନ, ଯାହା କେହି ମଧ୍ୟ ପଚାରିନଥିବେ

1 min read

ନୂଆଦିଲ୍ଲୀ: ଫିଟ ଇଣ୍ଡିଆ ମୁଭମେଣ୍ଟକୁ ବର୍ଷେ ପୂରିଲାଣି । ଏହାର ବାର୍ଷିକୀରେ ଫିଟନେସ ସମ୍ବଦ୍ଧରେ ଦେଶବାସୀଙ୍କୁ ଜାଗ୍ରତ କରୁଥିବା ବ୍ୟକ୍ତିଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ବଲିଉଡ ଆକ୍ଟର ମିଲିନ୍ଦ ସୋମନ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି । ଆଲୋଚନାରେ ମୋଦି ଏବଂ ମିଲିନ୍ଦ ପରସ୍ପରକୁ କିଛି ପ୍ରଶ୍ନ ପଚାରିଛନ୍ତି ।


ପିଏମ ମୋଦି ମିଲିନ୍ଦ ସୋମନଙ୍କୁ ସେହି ପ୍ରଶ୍ନ ପଚାରିଛନ୍ତି ଯାହା ତାଙ୍କ ଶହଶହ ଫ୍ୟାନ ତାଙ୍କୁ ପଚାରନ୍ତି । ବାସ୍ତବରେ ମୋଦି ମିଲିନ୍ଦଙ୍କୁ ତାଙ୍କ ବୟସ କେତେ ବୋଲି ପଚାରିଲେ । ଯାହାପରେ ମିଲିନ୍ଦ ତାଙ୍କ ମା’ଙ୍କ ବୟସ ୮୧ ଏବଂ ସେ ଏବେ ମଧ୍ୟ ଖୁବ ଫିଟ ଥିବା ଉତ୍ତର ଦେଲେ । ଏବଂ ସେହି ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ସେତିକି ଫିଟ ରହିବାକୁ ଚାହୁଥିବା କହିଛନ୍ତି ମିଲିନ୍ଦ । ଏହା ମଧ୍ୟରେ ମିଲିନ୍ଦଙ୍କର ମୋଦିଙ୍କୁ ଏକ ପ୍ରଶ୍ନ ଥିଲା । ଯେଉଁଥିରେ ସେ ପଚାରିଥିଲେ ଯେ, ଲୋକ ଆପଣଙ୍କ ବିଷୟରେ ଭଲ-ଖରାପ ଅନେକ କଥା କହୁଛନ୍ତି । ଏସବୁକୁ ଆପଣ କେମିତି ମୁକାବିଲା କରୁଛନ୍ତି ? ଉତ୍ତରରେ  ମୋଦି କହିଥିଲେ କି, ‘ନିନ୍ଦକ ନିୟରେ ରାଖିୟେ’ । କୌଣସି କାମକୁ ନିଜ ପାଇଁ ନୁହେଁ ବରଂ ଅନ୍ୟ ମାନଙ୍କ ଭଲ ପାଇଁ କରୁଛୁ । ତେଣୁ ଚିନ୍ତାର ଆବଶ୍ୟକତା ନାହିଁ । ନିଜ କାମ କର ଏବଂ ଅନ୍ୟର କଥା ଶୁଣନାହିଁ ।


୨୯ ବର୍ଷୀୟ ଅଙ୍କିତା କୋନଓ୍ୱାରଙ୍କୁ  ଦୁଇ ବର୍ଷ ପୂର୍ବେ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ୫୪ ବର୍ଷୀୟ ମିଲିନ୍ଦ ସୋମନ । ଯାହାପରେ ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

Leave a Reply