ମାଛ ବଦଳାଇ ଦେଲା ଧୀବରଙ୍କ ଭାଗ୍ୟ, ବନିଲେ କୋଟିପତି

ରୋଜଗାର ଆଶାରେ ମତ୍ସ୍ୟଜୀବୀ ମାନେ ମାଛ ଧରୁଥିବା ବେଳେ ସୌଭାଗ୍ୟବଶତଃ ବେଳେବେଳେ ସେମାନଙ୍କର ଭାଗ୍ୟ ମଧ୍ୟ ବଦଳିଯାଇଥାଏ । ମହାରାଷ୍ଟ୍ରର ପାଲଘରର ଜଣେ ମତ୍ସ୍ୟଜୀବୀଙ୍କ ସହ ଏଭଳି ଘଟଣା ଘଟିଛି। ପାଲଘରର ଜଣେ ମତ୍ସ୍ୟଜୀବୀ ରାତାରାତି କୋଟିପତି ହୋଇପଡିଛନ୍ତି। ଚନ୍ଦ୍ରକାନ୍ତଙ୍କ ହାତରେ ପଡିଛି ‘ସୁନାର ହୃଦୟ’ ବିଶିଷ୍ଟ ଘାେଲ ମାଛ । ଏହି ଘୋଲ ମାଛ ହେଉଛି ଏକ ପ୍ରକାରର ବ୍ଲାକ୍ ସ୍ପଟେଡ୍ କ୍ରୋକର ମାଛ । ଯାହାର ଚାହିଦା ବିଦେଶରେ ବହୁତ ରହିଛି।

ହଜାରେ ନୁହେଁ କି ଲକ୍ଷେ ନୁହଁ । ଗୋଟିଏ ଥରରେ ଲାଭ ହେଲା ୧ କୋଟି ୩୩ ଲକ୍ଷ ଟଙ୍କା ।  ମୌସୁମୀ ଋତୁ ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ମାଛ ଧରା ବନ୍ଦ ରହିଥିଲା । ତେବେ ପାଲଘାଟର ଚନ୍ଦ୍ରକାନ୍ତ  ନାମକ ଜଣେ ଧୀବର ଓ ତାର ସହଯୋଗୀ ଓ୍ବାଧଓ୍ବାନକୁ ମାଛ ଧରିବା ଲାଗି ଯାଇଥିଲେ । ଅନ୍ୟ ଦିନ ପରି ସେମାନଙ୍କ ଜାଲରେ କିଛି ମାଛ ପଡିଥିଲେ । ହେଲେ ଜଣାପ଼ଡିଥିଲା ଯେ ସେହି ମାଛଗୁଡିକ ଅତି ବିରଳ ଓ ଦାମୀ ।

ଚନ୍ଦ୍ରକାନ୍ତଙ୍କ ପୁଅ ସୋମନାଥ କହିଛନ୍ତି ଯେ, ଘୋଳ ମାଛର ପେଟରେ ଗୋଟିଏ ଥଳି ରହିଥାଏ । ଯାହାର ଚାହିଦା ଖୁବ୍ ଅଧିକ । ଏନେଇ ସେ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆହୁରି ମଧ୍ୟ ଘୋଳ ମାଛର ଉପକାରିତା ସମ୍ପର୍କରେ ସେ ବଖାଣିଥିଲେ।

ତେବେ ଏହିଭଳି ଘଟଣା କିଛି ନୂଆ ନୁହେଁ । ଏହା ପୂର୍ବରୁ ସାରା ଦୁନିଆରେ ଅନେକ ଦୁର୍ଲଭ ମାଛ ଧରି ବହୁ ମତ୍ସଜୀବୀ ମଧ୍ୟ କୋଟି କୋଟି ଟଙ୍କାର ଅଧିକାରୀ ହୋଇପାରିଥିଲେ ।

Leave a Reply