ଗୋପାଳପୁରରେ ମାଛଧରା ଡଙ୍ଗା ବୁଡି ଜଣେ ମତ୍ସ୍ୟଜୀବୀ ମୃତ, ୨ ଉଦ୍ଧାର

1 min read

ଗୋପାଳପୁର: ଗଞ୍ଜାମ ଗୋପାଳପୁରରେ ମାଛଧରା ଡଙ୍ଗା ବୁଡି ଜଣେ ମତ୍ସ୍ୟଜୀବୀ ମୃତ। ଆଜି ଭୋରରୁ ୩ ମତ୍ସ୍ୟଜୀବୀ ଗୋଟିଏ ଡଙ୍ଗା ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ବଡ ଲହଡି ଆସିବାରୁ ଡଙ୍ଗାଟି ଓଲଟି ପଡିଥିଲା। ଡଙ୍ଗାରେ ଥିବା ଅନ୍ୟ ୨ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହେଲେ ବି. ବୈରାଗୀ୍ ।

ତାଙ୍କର ବୟସ ପାଖାପାଖି ୬୩ ବର୍ଷ ହେବ । ମତ୍ସ୍ୟଜୀବୀ ବି.ବୈରାଗୀ, ଏମ. ବାଲରlଜୁ ଓ ଏମ. ସିମୁଡୁ ମାଛ ଧରିବାକୁ ଯାଉଥିବା ବେଳେ ବଡ ଲହଡ଼ି ହାବୁଡରେ ପଡିଯାଇଥିଲେ । ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ି୍ଥିଲା । ୨ ଜଣ ପାଣିକୁ ଡେଇଁ ପଡ଼ିଥିବା ବେଳେ ବୈରାଗୀ ଉପରେ ଡଙ୍ଗାଟି ପଡ଼ିଯାଇଥିଲା। ପରେ ସ୍ଥାନୀୟ ଅଂଚଳର ଲୋକେ ବୈରାଗୀଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।