ବାର୍ଡ ଫ୍ଲୁ ଭୟ, ଜାରି ହେଲା ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର

1 min read
No Case Of Bird Flu Reported In Odisha

ଭୁବନେଶ୍ୱର: ଓଡ଼ିଶାରେ ଏବେ ସୁଦ୍ଧା ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ । ରାଜ୍ୟରେ ୧୧ ହଜାର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ । ତେବେ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ଜନିତ କୌଣସି ଲକ୍ଷଣ ଅଥବା ଅସାଧାରଣ ମୃତ୍ୟୁ ହେଲେ ସୂଚନା ଦେବାକୁ କୁହାଯାଇଛି ।

ଏଥିପାଇଁ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର ଜାରି କରିଛି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ । କୁକୁଡ଼ା ଏବଂ ଅନ୍ୟ ପକ୍ଷୀଙ୍କ ଅସାଧାରଣ ମୃତ୍ୟୁ କିମ୍ବା କୌଣସି ଲକ୍ଷଣ ଦେଖାଗଲେ (ଯୁଗ୍ମ ନିର୍ଦ୍ଦେଶକ) ୦୬୭୪-୨୪୧୪୩୧୦, (ଡ. ସାଗରିକା ବେହେରା) ୭୯୭୮୧୦୫୫୩୮ ଏବଂ (ଡ. ମଦନ ମୋହନ ମହାପାତ୍ର) ୯୪୩୭୩୧୩୧୮୩ରେ ଜଣାଇବାକୁ ବିଭାଗ ଜଣାଇଛି ।

Leave a Reply