ବାର୍ଡ ଫ୍ଲୁ ଭୟ, ଜାରି ହେଲା ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର
1 min readଭୁବନେଶ୍ୱର: ଓଡ଼ିଶାରେ ଏବେ ସୁଦ୍ଧା ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ । ରାଜ୍ୟରେ ୧୧ ହଜାର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ । ତେବେ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବାରୁ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ଜନିତ କୌଣସି ଲକ୍ଷଣ ଅଥବା ଅସାଧାରଣ ମୃତ୍ୟୁ ହେଲେ ସୂଚନା ଦେବାକୁ କୁହାଯାଇଛି ।
State Level Control Room for reporting Bird Flu related information or any unusual mortality of birds occurring in flocks 0671-2414310 (Joint Director), 7978105538 (Dr. Sagarika Behera) & 9437313183 (Dr. Madan Mohan Mahapatra)
— Fisheries & ARD Department (@farddept) January 7, 2021
ଏଥିପାଇଁ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର ଜାରି କରିଛି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ । କୁକୁଡ଼ା ଏବଂ ଅନ୍ୟ ପକ୍ଷୀଙ୍କ ଅସାଧାରଣ ମୃତ୍ୟୁ କିମ୍ବା କୌଣସି ଲକ୍ଷଣ ଦେଖାଗଲେ (ଯୁଗ୍ମ ନିର୍ଦ୍ଦେଶକ) ୦୬୭୪-୨୪୧୪୩୧୦, (ଡ. ସାଗରିକା ବେହେରା) ୭୯୭୮୧୦୫୫୩୮ ଏବଂ (ଡ. ମଦନ ମୋହନ ମହାପାତ୍ର) ୯୪୩୭୩୧୩୧୮୩ରେ ଜଣାଇବାକୁ ବିଭାଗ ଜଣାଇଛି ।