ଚାନ୍ଦବାଲି ଧାମରାରେ ଜାଲରେ ପଡିଲା ବିରଳ ତେଲିଆ ମାଛ

ଭଦ୍ରକ: ଗୋଟିଏ ମାଛର ମୂଲ୍ୟ 5 ଲକ୍ଷ 33 ହଜାର ଟଙ୍କା । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫ କିଲୋମିଟର ଦୂର ସମୁଦ୍ରରୁ ଧୀବର ମଣ୍ଟୁ ମଣ୍ଡଳ ଏହି ବିରଳ ତେଲିଆ ମାଛ ଧରିଥିଲେ ।
ମାଛଟିର ଓଜନ ୨୬ କିଲୋଗ୍ରାମ ହୋଇଥିବା ବେଳେ କେଜି ପ୍ରତି ମାଛର ମୂଲ୍ୟ ୨୦ ହଜାର ୫୦୦ ଟଙ୍କା ରହିଛି । ମୋଟ ୫ ଲକ୍ଷ ୩୩ ହଜାରେ ଟଙ୍କାରେ ମାଛଟିକୁ ନିଲାମ କରାଯାଇଛି । ଏହି ମାଛକୁ ଧାମରା ଚନ୍ଦିନୀପାଳ କଣ୍ଟାରେ ମସ୍ୟଜୀବୀ ଶଙ୍କର ଗିରି ନିଲାମ ନେଇ ବିଦେଶୀ କମ୍ପାନୀକୁ ବିକ୍ରି କରିଛନ୍ତି ।