spot_img

Latest Posts

ଓଲଟି ପଡିଲା ମାଛ ବୋଝେଇ ଟ୍ରକ, ଜଣେ ମୃତ ୩ ଆହତ

ବାଲେଶ୍ଵର: ୬୦ ନମ୍ବର ଜାତୀୟ ରାଜପଥ ରୁପ୍ସା ଥାନା ମିରିଗୀମୁଣ୍ଡି ଛକ ନିକଟରେ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ଟ୍ରକ । ଦୁର୍ଘଟଣାରେ ଜଣେ ପ୍ରାଣ ହରାଇ ଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଏକ ମାଛ ବୋଝେଇ ଟ୍ରକ ଭୁବନେଶ୍ୱରରୁ ଜଳେଶ୍ୱର ଆସୁଥିବା ବେଳେ ମିରିଗୀମୁଣ୍ଡି ଛକ ନିକଟରେ ଛିଡା ହୋଇଥିବା ଅନ୍ୟ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା।

ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ତିନି ଜଣ ଗୁରୁତର ହୋଇଛନ୍ତି l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତାହତ ମାନଙ୍କ ପରିଚୟ ମିଳିନାହିଁ। ଘଟଣାର ତଦନ୍ତ ଜାରି ରହିଛି।

Latest Posts

Don't Miss