ଖୁବଶିଘ୍ର ବଜାରକୁ ଆସୁଛି ମଟନ୍-ଚିକେନ୍ ସ୍ବାଦର ଛତୁ !

1 min read

ନୂଆଦିଲ୍ଲୀ: ଶାକାହାରୀମାନଙ୍କ ପାଇଁ ଖୁସି ଖବର  । ଯେଉଁମାନେ ଆମିଷ ଠାରୁ ଦୂରେଇ ରହୁଛନ୍ତି ସେମାନେ ମଟନ୍-ଚିକେନ୍ ସ୍ବାଦର ଛତୁ ପାଇପାରିବେ । ଯାହାକୁ ନେଇ ଗବେଷଣା ଚାଲିଛି । ସେମାନଙ୍କ ପାଇଁ ବଜାରରେ ଉପଲବ୍ଧ ହେବ ଏଭଳି ଛତୁ ।  ସେଣ୍ଟ୍ରାଲ ମଶରୁମ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ, ଦେଶରେ ପ୍ରଥମ ଥର ପାଇଁ ଏଭଳି ଛତୁର ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ମଟନ-ଚିକେନର ସ୍ବାଦ ଦେଇ ପାରିବ ।

ଯେଉଁମାନେ ମାଂସ ଖାଉ ନାହାନ୍ତି ସେମାନଙ୍କ ପାଇଁ ଏହି ଛତୁ ଏକ ଭଲ ବିକଳ୍ପ ହେବ । ଏହି ଛତୁର ନାମ ଭେଗାନମିଟ ରଖାଯାଇଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଏଥିରେ ଚିକେନ ଏବଂ ମଟନ ଅପେକ୍ଷା ଅଧିକ ପ୍ରୋଟିନ ରହିବ । ଏହା ସହ ଏଥିରେ ଚର୍ବି କମ ରହିବ । ଏହାର ରଙ୍ଗ ଏବଂ ଆକୃତିର ମଟନ ପରି ଦେଖାଯିବ ।  ଏଥିରେ କମ ସୋଡିୟମ ଏବଂ କୋଲେଷ୍ଟ୍ରଲ ମଧ୍ୟ ରହିବ, ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବ । ମାଇସେଲିୟମ ଏବଂ ଅନ୍ୟାନ୍ୟ କୌଶଳ ବ୍ୟବହାର କରି ଏହି ଛତୁ ପ୍ରସ୍ତୁତ କରିବାକୁ ଗବେଷଣା ଚାଲିଛି ।

ଛତୁ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ଭି.ପି ଶର୍ମା କହିଛନ୍ତି, ଶାକାହାରୀ ଖାଦ୍ୟକୁ ଭଲ ପାଉଥିଲେ ମଧ୍ୟ ଏଥିରେ ଥିବା ଚର୍ବି ହେତୁ କିଛି ଲୋକେ ଏହାକୁ ଖାଇ ପାରିବେ ନାହିଁ। ବର୍ତ୍ତମାନ ସମସ୍ତେ ଛତୁରେ ମଟନର-ଚିକେନ ସ୍ବାଦ ଚାଖିପାରିବେ । ଏହା ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟକୁ ଭଲ ରଖିବ।  ଏହି ଛତୁର ପ୍ରସ୍ତୁତି, ସ୍ବାଦ, ରଙ୍ଗ ଏବଂ ଅନ୍ୟ ସମସ୍ତ ଛତୁଠାରୁ ଭିନ୍ନ ହେବ।  ଅନେକ ଦେଶ ମଧ୍ୟ ଏହା ଉପରେ କାର୍ଯ୍ୟ କରୁଛନ୍ତି । ସଂପୃକ୍ତ ଦେଶମାନେ ଏହାକୁ ପ୍ରସ୍ତୁତ କରିବାର ପଦ୍ଧତି ପ୍ରକାଶ କରିନାହାନ୍ତି । ଏହି କାରଣରୁ, ଡିଏମଆର ମଧ୍ୟ ଏ ବିଷୟରେ ଅଧିକ ସୂଚନା ଅଂଶୀଦାର କରିନାହିଁ । ଡକ୍ଟର ଭି.ପି ଶର୍ମା କହିଛନ୍ତି ଡକ୍ଟର ବ୍ରିଜଲାଲ ଅତ୍ରୀ, ଡ.ଅନୁରାଧା ଶ୍ରୀବାସ୍ତବ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଔଷଧୀୟ ଗୁଣରେ ଭରପୂର ଏହି ଛତୁ ଉପରେ ଡିଏମଆର ପୂର୍ବରୁ ଗବେଷଣା କରିସାରିଛି।