ମଙ୍ଗଳାଯୋଡିରେ ବିରଳ ପକ୍ଷୀ, ଓଡ଼ିଶାରେ ପ୍ରଥମ ଥର କମନ୍ ମୁରହେନ୍

1 min read

ଖୋର୍ଦ୍ଧା: ମଙ୍ଗଳାଯୋଡିରେ ଠାବ ହୋଇଛି ବିରଳ ରଙ୍ଗର କମନ୍ ମୁରହେନ୍ ପକ୍ଷୀ । ଏହି ବିରଳ ପକ୍ଷୀକୁ ଠାବ କରିଛନ୍ତି ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟର ଟ୍ରଷ୍ଟି ତଥା ପ୍ରସିଦ୍ଧ ବାର୍ଡ ଗାଇଡ ମଧୁ ବେହେରା । ପକ୍ଷୀର ଜୁଲୋଜିକାଲ୍ ନାମ ହେଉଛି ଗାଲିନୁଲା କ୍ଲୋରୋପସ୍ । ପକ୍ଷୀଟି ଦେଖିବାକୁ କଳା ରଙ୍ଗର ହୋଇଥାଏ, ଲାଞ୍ଜ ତଳେ ବଡ଼ ଧଳା ଅଣ୍ଡାକାର ପ୍ୟାଚ୍ ଏବଂ ଦୁଇ ପାର୍ଶ୍ବରେ ଧଳା ଧାଡି ଦେଖାଯାଏ ।

କିନ୍ତୁ, ଏହି ଲିୟୁସିଷ୍ଟିକ କମନ୍ ମୁରହେନ୍ ପକ୍ଷୀର ମୁଣ୍ଡ, ବେକ, ଓ ଡେଣାର ଶେଷ ଭାଗ ସାଧାରଣ ପକ୍ଷୀଙ୍କ ପରି କଳା ରଙ୍ଗ ହୋଇଥିବା ବେଳେ, ପୂରା ଶରୀରର ଅଧାରୁ ଅଧିକ ଭାଗ ତୋଫା ଧଳା ରଙ୍ଗର ହୋଇଛି । ତେବେ ସାଧାରଣ ପକ୍ଷୀଙ୍କ ଏହାର ଲାଲ୍ ଥଣ୍ଟରେ ହଳଦିଆ ମୁନ ରହିଛି । କମନ୍ ମୁରହେନ୍ ପକ୍ଷୀଙ୍କ ମଧ୍ୟରେ ଲିୟୁସିଜିମ ମ୍ୟୁଟେସନ ଘଟଣା ଓଡ଼ିଶାରେ ପ୍ରଥମ ଘଟଣା ହୋଇଥିବା ବେଳେ ଭାରତରେ ଏହା ଦ୍ବିତୀୟ ଘଟଣା ।

ଏହା ପୂର୍ବରୁ 2017 ରେ କେରଳର ଥିରୁଭାନନ୍ତପୁରମ ଜିଲ୍ଲାର ଭେଲାୟାନି-ପୁଞ୍ଚାକରୀ ଆର୍ଦ୍ରଭୂମିରେ ଏକ ଲିୟୁସିଷ୍ଟିକ କମନ୍ ମୁରହେନ୍ ଦେଖିବାକୁ ମିଳିଥିଲା । ସାଧାରଣ ଭାବେ ଖରା ଦିନେ ମଙ୍ଗଳାଯୋଡିରେ ଖରା ଦିନେ ଟୁରିଷ୍ଟ ମାନଙ୍କ ସଂଖ୍ୟା କମୁଥିବା ବେଳେ, ଖାସ ଏହି ଲିୟୁସିଷ୍ଟିକ କମନ୍ ମୁରହେନ୍ ପକ୍ଷୀ ର ଫଟୋ ଉଠେଇବା ପାଇଁ ପକ୍ଷୀ ପ୍ରେମୀଙ୍କର ଭିଡ ଜମିବ ବୋଲି ମଧୁ ବେହେରା ଆଶା ବ୍ୟକ୍ତ କରିଛନ୍ତି ।

Leave a Reply