ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ, ୧୦୦ରୁ ଅଧିକ ଆକ୍ରାନ୍ତ
1 min readନନ୍ଦିଘୋଷ ବ୍ୟୁରୋ: ପୁଣେରେ ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ । ପୁଣେରେ ପାଖାପାଖି ୧୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ରୋଗରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁଇଲେନ-ବାରେ ସିଣ୍ଡ୍ରୋମର ୧୦୦ଟି ମାମଲା ସାମ୍ନାକୁ ଆସିବା ପରେ ପୁଣେରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମାରାତ୍ମକ ରୋଗ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୌଣସି ସୂଚନା ମିଳିନଥିବା ବେଳେ ଏହା ପୁଣେରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ବାସ୍ତବରେ ଗୁଇଲେନ-ବାରେ ସିଣ୍ଡ୍ରୋମ କ’ଣ ? ଏହା କେତେ ବିପଦଜନ୍ନକ ଏଂ ଏହାର ଲକ୍ଷଣ ଓ ଚିକିତ୍ସା କ’ଣ ?
ଗୁଇଲେନ-ବାରେ ସିଣ୍ଡ୍ରୋମ କ’ଣ ?
ଗୁଇଲେନ-ବାରେ ସିଣ୍ଡ୍ରୋମ ଏକ ଅଟୋଇମ୍ୟୁନ ନ୍ୟୁରୋଲଜିକାଲ ଡିସଅର୍ଡର ଅଟେ । ଏହି ରୋଗରେ ଆମର ଇମ୍ୟୁନ ସିଷ୍ଟମ ଆମରି ନର୍ଭ ଉପରେ ଆଟାକ କରିଥାଏ । ଯେଉଁ କାରଣରୁ ଆମକୁ ଉଠିବା-ବସିବାରେ ସମସ୍ୟା ଦେଖାଯାଇଥାଏ । ଏମିତିକି ଲୋକଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ବାତ ମାରିବା ମଧ୍ୟ ଏହି ରୋଗର ଲକ୍ଷଣ ଅଟେ ।
ପ୍ରକୃତରେ ଆମର ନର୍ଭ ସିଷ୍ଟମ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗକୁ ସେଣ୍ଟ୍ରାଲ ନର୍ଭ ସିଷ୍ଟମ କୁହାଯାଇଥାଏ । ଯେଉଁଥିରେ ମେରୁଦଣ୍ଡ ହାଡ ଏବଂ ବ୍ରେନର ପାର୍ଟ ଥାଏ ଏବଂ ଦ୍ବିତୀୟ ଭାଗରେ ପେରିଆେରଲ ନର୍ଭ ସିଷ୍ଟମ ଥାଏ ଯେଉଁଥିରେ ସଂମ୍ପର୍ଣ୍ଣ ଶରୀରର ଅନ୍ୟାନ୍ୟ ନର୍ଭ ସିଷ୍ଟମ ଯୋଡି ହୋଇଥାଏ । ଗୁଇଲେନ-ବାରେ ସିଣ୍ଡ୍ରୋମରେ ଇମ୍ୟୁନ ସିଷ୍ଟମ ନର୍ଭ ସିଷ୍ଟମର ଦ୍ବିତୀୟ ଭାଗ ଅର୍ଥାତ ପେରିଫରଲ ନର୍ଭ ସିଷ୍ଟମ ଉପରେ ଆକ୍ରମଣ କରିଥାଏ ।
ଆମେରିକା ରାଷ୍ଟ୍ରପତିଙ୍କ ନେଇଥିଲା ଜୀବନ :
ଏହି ରୋଗ ସାରା ବିଶ୍ବରେ ପ୍ରଭାବିତ ଲୋକଙ୍କର ପାଖାପାଖି ୭.୫%ଙ୍କର ଜୀବନ ନେଇଥାଏ । ଗୁଇଲେନ-ବାରେ ସିଣ୍ଡ୍ରୋମ ଏକ ଅଗଣା ରୋଗ ଅଟେ । କାହିଁକି ନା ପ୍ରତ୍ୟେକ ବର୍ଷ ଏହି ରୋଗ ଲକ୍ଷେରୁ ଜଣେ ଦୁଇଜଣଙ୍କୁ ସଂକ୍ରମିତ କରିଥାଏ । ଏହି ରୋଗ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ ଡୀ ରୁଜବେଲ୍ଟଙ୍କ ମୃତ୍ୟୁର କାରଣ ହୋଇଥିଲା ।ଏହି ରୋଗର ନାମ ଫ୍ରାନ୍ସିସୀ ନ୍ୟୁରୋଲଜିଷ୍ଟ ଜର୍ଜସ ଗୁଲେନ ଏବଂ ଜୀନ ଆଲେକଜାଣ୍ଡର ବୈରୀଙ୍କ ନାମାନୁସାରେ ରଖାଯାଇଥିଲା । ଏମାନେ ଫ୍ରାନ୍ସିସୀ ଡାକ୍ତର ଆଣ୍ଡ୍ରେ ଷ୍ଟ୍ରୋହଲଙ୍କ ସହିତ ମିଶି ୧୯୧୬ରେ ଏହି ରୋଗର ଆବିଷ୍କାର କରିଥିଲେ । ରିପୋର୍ଟ ଅନୁଯାୟୀ ୨୦୨୩ରେ ପେରୁରେ ଗୁଇଲେନ-ବାରେ ସିଣ୍ଡ୍ରୋମ ତାଣ୍ଡବ ରଚିଥିଲା ଯେଉଁଥିପାଇଁ ସେଠାକାର ସରକାର ୯୦ଦିନ ପର୍ଯ୍ୟନ୍ତି ହେଲ୍ତ ଇମରଜେନ୍ସି ଘୋଷଣା କରିଥିଲେ । ଗୁଇଲେନ-ବାରେ ସିଣ୍ଡ୍ରୋମର ଲକ୍ଷଣ ହେଉଛି ପ୍ରଥମେ ହାତ ଗୋଡ ଝିମଝିମ ହେବା ଏବଂ ଦୁର୍ବଳ ଲାଗିବା । ଏହାପରେ ବାତ ଭଳି ସମସ୍ୟା ଦେଖାଦେବା ।
ରୋଗର ଲକ୍ଷଣ :
-ହାତ, ଗୋଡ ଓ ଶରୀରରେ ଝିମଝିମ ଲାଗିବା
-ପାଦରେ ଦୁର୍ବଳ ଅନୁଭବ ହେବା
-ଚାଲିବାରେ କଷ୍ଟ ଅନୁଭବ ହେବା, ସିଡି ଚଢିବାକୁ କଷ୍ଟ ଲାଗିବା
-କହିବା, ଚୋବେଇବା ଏବଂ ଢୋକିବାରେ ସମସ୍ୟା ଦେଖାଦେବେ
-ଦୃଷ୍ଟି ଶକ୍ତି କମିବା
-ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା
-ପରିସ୍ରା, ମଳତ୍ୟାଗ ବେଳେ କଷ୍ଟ ଅନୁଭବ କରିବା
-ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା
ଚିକିତ୍ସା :
ଏହାର ଲକ୍ଷଣ ଦ୍ରୁତ ଗତିରେ ବଢିଥାଏ ଯଦ୍ବାରା ବାତ ମାରିବା ପରେ ପାରାଲିସିସ୍ ଭଳି ସମସ୍ୟା ଦେଖାଯାଇଥାଏ । ଏହି ରୋଗ ସଂକ୍ରମଣ ଦ୍ବାରା ବ୍ୟାପିଥାଏ । ତଥାପି ଏହା ପାଚନ ତନ୍ତ୍ରରେ ସଂକ୍ରମଣ ହେବା ପରେ ବ୍ୟାପିଥାଏ । ଏହାସହିତ ଏହି ରୋଗ ବେଳେବେଳେ ସର୍ଜରୀ ପରେ ମଧ୍ୟ ବ୍ୟାପିଥାଏ । ଏହି ରୋଗର ନିରାକରଣ ସ୍ବଷ୍ଟ ହୋଇନଥିବା ବେଳେ ଏହି ରୋଗ ହେଲେ ପ୍ଲାଜମା ଏକ୍ନଚେଞ୍ଜ, ଇମ୍ୟୁନୋଗ୍ଲୋବିନ ଥେରାପି ଦ୍ବାରା ନିୟନ୍ତ୍ରଣ କରାଯାଇଥାଏ ।