ଆଜିଠାରୁ ଦିଲ୍ଲୀ ବିଧାନସଭା ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଦିଲ୍ଲୀ ବିଧାନସଭା ଅଧିବେଶନ । ପ୍ରଥମ ଦିନରୁ ସରଗରମ ରହିପାରେ ଗୃହ । ୨୭ ବର୍ଷ ପରେ କ୍ଷମତାକୁ ଫେରିଛି ବିଜେପି ସେନେଇ ଦିଲ୍ଲୀ ବିଧାନସଭା ଅଧିବେଶନ ଟିକେ ଅଲଗା ପ୍ରକାରର ହେବ । ୨୮ ବର୍ଷ ପରେ ବିଜେପି କ୍ଷମତାକୁ ଫେରିବା ପରେ ଏବେ ଦିଲ୍ଲୀରେ ଚାଲୁଛି ରେଖା ଗୁପ୍ତାଙ୍କ ଶାସନ। ସେ ମୁଖ୍ୟମନ୍ତ୍ରୀଙ୍କ ଆସନରେ ବସିଛନ୍ତି । ବିଧାନସଭା ଅଧିବେଶନ ଆଗରୁ ସେ ଆମ୍ ଆଦମୀ ପାର୍ଟିକୁ ଚେତାବନୀ ଦେଇ କହିଛନ୍ତି, ଆପ୍ ର ସବୁ ଦୁର୍ନୀତିର ପର୍ଦ୍ଦାଫାସ କରାଯିବ । ଆମେ ଦିଲ୍ଲୀ ବାସୀଙ୍କ ସେବା କରିବାକୁ ଆସିଛୁ । କାହାକୁ ଛଡା଼ ଯିବ ନାହିଁ ।
ବିଜେପି ସଂକେତ ଦେଇଛି, ଏହି ଅଧିବେଶନରେ ବିବାଦୀୟ ସିଏଜି ରିପୋର୍ଟ ବି ଉପସ୍ଥାପନ କରାଯିବ । ଏଥିରେ ଆମ୍ ଆଦମୀ ପାର୍ଟିର ଦୁର୍ନୀତି ଧରାପଡ଼ିବ ବୋଲି କହିଛି ବିଜେପି । ସେପଟେ ଆପ୍ ତରଫରୁ କୁହାଯାଇଛି, ଆମେ ପ୍ରସ୍ତୁତ । ଦଳ ପକ୍ଷରୁ ଆତିଶିଙ୍କୁ ବିରୋଧୀ ଦଳ ନେତା ପଦ ଦିଆଯାଇଛି । ଅର୍ଥାତ ଏଥର ଦିଲ୍ଲୀରେ ଶାସକ ଦଳର ମୁଖିଆ, ସରକାରର ମୁଖିଆ ମହିଳା ଓ ବିରୋଧୀ ଦଳର ମୁଖ୍ୟ ମଧ୍ୟ ମହିଳା।