spot_img

Latest Posts

ସ୍ବାସ୍ଥ୍ୟକ୍ଷେତ୍ରରେ ଉତ୍କର୍ଷତା ପାଇଁ ଏସସିବି କଲେଜ ଓ ହସ୍ପିଟାଲକୁ ପ୍ରଥମ ପୁରସ୍କାର

ଭୁବନେଶ୍ବର: ସ୍ବାସ୍ଥ୍ୟକ୍ଷେତ୍ରରେ ଉତ୍କର୍ଷତା ପାଇଁ ରାଜ୍ଯ ସ୍ତରୀୟ ମୁଖ୍ଯମନ୍ତ୍ରୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପୁରୁଣା ମେଡିକାଲ କଲେଜ ମାନଙ୍କ ଭିତରୁ ଏସସିବି କଲେଜ ଓ ହସ୍ପିଟାଲକୁ ପ୍ରଥମ ପୁରସ୍କାର ମିଳିଛି। ନୂଆ ମେଡିକାଲ ଭିତରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପ୍ରଥମ ପୁରସ୍କାର ମିଳିଛି । ଘରୋଇ ହସ୍ପିଟାଲ ଭିତରେ କଟକର ଅଶ୍ବୀନୀ ହସ୍ପିଟାଲକୁ ମଧ୍ଯ ପୁରସ୍କାର ମିଳିଛି । କୋଭିଡ ସମୟରେ ଉନ୍ନତ ମାନର ସେବା ଯୋଗାଇବା ପାଇଁ ସମ୍ମାନିତ କରାଯାଇଛି।ବାହାନଗା ଟ୍ରେନ ଟ୍ରାଜେଡି ବେଳେ ନିସ୍ବାର୍ଥପର ସେବା ଯୋଗାଇଥିବା ୬ଟି ହସ୍ପିଟାଲକୁ ମଧ୍ଯ ସମ୍ମାନିତ କରାଯାଇଛି। ଲୋକସେବା ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସମ୍ମାନିତ କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ ସେଠାରେ ଉପସ୍ଥିତ ଥିଲେ। ସମସ୍ତ ଜୀବନ ମୁଲ୍ୟବାନକୁ ମନ୍ତ୍ର କରି ସମସ୍ତେ ସ୍ବାସ୍ଥ୍ଯକ୍ଷେତ୍ର ଉତ୍କର୍ଷତା ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରୀୟ ସଂସ୍ଥା ଆରଏମଆରସିକୁ ମଧ୍ଯ ମୁଖ୍ଯମନ୍ତ୍ରୀ ସମ୍ମାନ ମିଳିଛି।

Latest Posts

Don't Miss