ଦେଶର ପ୍ରଥମ ଘରୋଇ ସୁନା ଖଣି, ବର୍ଷକୁ ବାହାରିବ ୭୫୦ କିଲୋ ସୁନା

1 min read

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଓ ପ୍ରଥମ ଘରୋଇ ସୁନା ଖଣିରୁ ଆଗାମୀ ବର୍ଷରୁ ଆରମ୍ଭ ହେବ ସୁନା ଉତ୍ପାଦନ । ଏହି ସୁନା ଖଣି ଆନ୍ଧ୍ର ପ୍ରଦେଶର କୁରନୁଲ ଜିଲ୍ଲାରେ ରହିଛି । ଏଥିରୁ ପାଇଲଟ ସ୍କେଲରେ ଅପରେସନ ପୂର୍ବରୁ ଆରମ୍ଭ ହୋଇ ସାରିଛି । ଡେକାନ ଗୋଲ୍ଡ ମାଇନ୍ସ ଏମଡି ହନୁମା ପ୍ରସାଦ କହିଛନ୍ତି, ଆସନ୍ତାବର୍ଷ ଶେଷ ବେଳକୁ ଏହି ସୁନା ଖଣିରୁ ସୁନା ଉତ୍ପାଦନ ଆରମ୍ଭ ହେବ ।

ହନୁମାଙ୍କ ଅନୁସାରେ, ଏହି ଜୋନ୍ନାଗିରି ଗୋଲ୍ଡ ପ୍ରୋଜେକ୍ଟରେ ପାଇଲେଟ ସ୍କେଲ ଅପରେସନ ଜାରି ରହିଛି । ଏବେ ପୂର୍ଣ୍ଣ କ୍ଷମତାରେ ଏହା ଆରମ୍ଭ ହୋଇଯିବ । ପାଇଲଟ ପ୍ରୋଜେକ୍ଟ ଅନୁସାରେ ଏବେ ମାସକୁ ପ୍ରାୟ ଏକ କେଜି ସୁନା ଏଠାରେ ବାହାରୁଛି । ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ବର୍ଷକୁ ୭୫୦ କେଜି ସୁନା ଏଠାରୁ ଖନନ କରାଯାଇପାରିବ । ଆସନ୍ତାବର୍ଷ ଅକ୍ଟୋବର-ନଭେମ୍ବର ବେଳକୁ କାମ ଆରମ୍ଭ ହୋଇଯିବ ।

୨୦୧୩ରେ ଏହି ଖଣି ଡେକାନ ଗୋଲ୍ଡ ମାଇନ୍ସ ଲିମିଟେଡକୁ ଦିଆଯାଇଥିଲା । ରିସର୍ଚ୍ଚ ପାଇଁ ୮ରୁ ୧୦ ବର୍ଷ ଲାଗିଥିଲା । ସୂଚନାଯୋଗ୍ୟ ସେୟାର ମାର୍କେଟର ମୁଖ୍ୟ ଇଣ୍ଡେକ୍ସ ବିଏସଇରେ ଲିଷ୍ଟ ହୋଇଥିବା ଏକମାତ୍ର ସୁନା ସନ୍ଧାନ କରୁଥିବା ଡେକ୍କାନ ଗୋଲ୍ଡ ମାଇନ୍ସ ଲିମିଟେଡର ଜିୟୋମିସୋର ସର୍ବିସ ଇଣ୍ଡିଆ ଲିମିଟେଡରେ ୪୦ ପ୍ରତିଶତ ଭାଗିଦାରୀ ରହିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୨ ଶହ କୋଯି ଟଙ୍କା ନିବେଶ କରାଯାଇ ସରିଛି ।