ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା। ସାମ୍ସ ୱେବସାଇଟରେ କଟ୍ ଅଫ ମାର୍କ ଲିଷ୍ଟ ପ୍ରକାଶ ପାଇଛି। ୨୦୨୪ – ୨୫ ଶିକ୍ଷା ବର୍ଷ ପାଇଁ ପ୍ରକାଶ ପାଇଲା ପ୍ରଥମ ଯୁକ୍ତ ଦୁଇ ମେଧା ତାଲିକା । ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ ମେଧା ତାଲିକାରେ ଆସିଛି।

ତାଲିକାରୁ ବାଦ ପଡିଛନ୍ତି ୪୯ ହଜାର ୬୨୧ ଜଣ ଛାତ୍ରଛାତ୍ରୀ। କଳାରେ ୨ ଲକ୍ଷ ୭୧ ହଜାର ୪୯୨ ଜଣ, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଧନ୍ଦାମୂଳକ ୪ ହଜାର ୯୭୮ ଜଣ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି।

ଅଗଷ୍ଟ ୧ ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା। କଳାରେ ୭୫.୧୭% ସହ ଆଗରେ ରହିଛି ରେଭେନ୍ସା ହାଇୟର୍ ସେକେଣ୍ଡାରୀ ସ୍କୁଲ୍। ବିଜ୍ଞାନରେ ୯୧.୫୦% ସହ ରେଭେନ୍ସା ହାଇୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି। ସେହିପରି ବାଣିଜ୍ୟରେ ୭୭% ସହ ରେଭେନ୍ସା ହାଇୟର ସେକେଣ୍ଡାରୀ ସ୍କୁଲ୍ ଆଗରେ ରହିଛି। ଆସନ୍ତା ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ହେବ ନାମ ଲେଖା । ନିଜ ପସନ୍ଦର କଲେଜରେ ପଢ଼ିବାକୁ ଇଛୁକ ଛାତ୍ର ଛାତ୍ରୀ ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚୟନ କରିପାରିବେ। ଆସନ୍ତା ଅଗଷ୍ଟ ୧ ରୁ ପାଠପଢ଼ା ଆରମ୍ଭ ହେବ ।