spot_img

Latest Posts

ରାଜଧାନୀରେ ଡେଙ୍ଗୁରେ ଗଲା ପ୍ରଥମ ଜୀବନ, ୧୫ବର୍ଷର ବାଳକର ମୃତ୍ୟୁ

ଭୁବନେଶ୍ୱର: ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା। ମୃତକ ଜଣକ ହେଲେ ୧୫ବର୍ଷର ବାଳକ। ଗତ କିଛିଦିନ ଧରି ସେ ଜ୍ୱରରେ ପୀଡିତ ଥିଲେ। ଗତକାଲି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଛି। ବିଏମସିର ନର୍ଥ ଯୋନରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଶୈଳଶ୍ରୀ ବିହାରର ମୃତ୍ୟୁବରଣ କରିଥିବା ବାଳକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ଅଥବା ଅନ୍ୟକିଛି କାରଣ ରହିଛି ତାହା ଜାଣିବାକୁ ବିଏମସି ପକ୍ଷରୁ ତନାଘନା ଜାରି ରହିଥିବା ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ଅନ୍ତର୍ଜାମି ମିଶ୍ର କହିଛନ୍ତି। ସେପଟେ ଡେଙ୍ଗୁ ପ୍ରତିକାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସଫେଇ ଓ ମଶାଧୂଆଁ ଛାଡିବା ଆଦି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବିଏମସି ନର୍ଥ ଯୋନ ଯୋନଲ ଡେପୁଟି କମିଶନର।

Latest Posts

Don't Miss