ଉତ୍ପତ୍ତି ସ୍ଥଳରେ କରୋନାର ଉତ୍ପାତ୍ତ ଜାରି: ଚିହ୍ନଟ ହେଲେ ୧୪ ନୂଆ ସଂକ୍ରମିତ

ବେଜିଂ: ଉହାନ୍‌କୁ ଲେଉଟିଛି କରୋନା ଭାଇରସ୍‌  । ଗତ କିଛି ଦିନ ତଳେ ଉହାନ୍‌ ସହରରୁ ଲକ୍‌ଡାଉନ୍‌ କଟକଣା ହଟାଯାଇଥିବା ବେଳେ ପୁଣି ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ । ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉହାନ୍‌ରେ ପୁଣି ୧୪ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି। ଯାହା ଏପ୍ରିଲ ୨୮ ଠାରୁ ଗୋଟିଏ ଦିନରେ ଚୀନ୍‌ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ । ଅପରପକ୍ଷରେ ଗତ ଏପ୍ରିଲ ୩ ତାରିଖ ପରଠୁ ପ୍ରଥମ ଥର ପାଇଁ ଉହାନ୍‌ରେ ଚିହ୍ନଟ ହୋଇଛନ୍ତି ସଂକ୍ରମିତ । ସର୍ବପ୍ରଥମେ ୨୦୧୯ ମସିହାରେ ଏଠାରୁ ହିଁ ଏହି ଭାଇରସ୍‌ ଦେଖିବାକୁ ମିଳିଥିବା । କିନ୍ତୁ ଚଳିତ ବର୍ଷ ଏପ୍ରିଲ୍‌ ୩ ତାରିଖ ପରଠାରୁ ଏଠାରେ କରୋନା  ସଂକ୍ରମଣର ମାମଲା ଆଉ ଆସିନଥିଲା। ସ୍ୱାଭାବିକ ଅବସ୍ଥାକୁ ଉହାନ୍‌ ଫେରିଆସିଥିବାବେଳ ସାରା ବିଶ୍ୱ କିନ୍ତୁ କରୋନା କବଳରେ ଛଟପଟ ହେଉଛି। କିନ୍ତୁ ୩୭ ଦିନ ପରେ ଉହାନରେ ପୁଣି କରୋନାର ପ୍ରଭାବ ଅନୁଭୂତ ହୋଇଛି ।

ଚୀନରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୮୨ହଜାର ୯୧୮ ପହଞ୍ଚିଥିବା ବେଳେ ଏହି ମହାମାରୀ ଯୋଗୁର୍ ଚୀନ୍‌ରେ ୪୬୩୩ ଲୋକ ପ୍ରାଣ ହରାଇଛନ୍ତି ।

Leave a Reply