ଫାଇନାନ୍ସ କର୍ମଚାରୀଙ୍କୁ ଗୁଳିକରି ଲୁଟି ନେଲେ ଟଙ୍କା

ଖୋର୍ଦ୍ଧା: ଲୁଟ କରିବା ପାଇଁ ଫାୟାରିଂ  । ଶୂନଶାନ ରାସ୍ତାରେ ଫେରୁଥିଲେ ମହିଳା ଫାଇନାନ୍ସ କର୍ମଚାରୀ  । କିଛି ବୁଝିବା ଆଗରୁ ତାଙ୍କ ବାମ ଗୋଡ଼ରେ ବାଜିଲା ଗୁଳି  । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ  ।  ଧାନଘର ନୂଆଗାଁ ନିକଟରେ ଘଟିଛି ଏହି ଲୋମ ହର୍ଷଣ ଲୁଟ୍  । ବାଇକରେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସିଥିବେଳେ ଟଙ୍କା ଆଦାୟ କରି ନେଉଥିବା ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରିଥିଲେ  ଲୁଟି ନେଇଛନ୍ତି ଟଙ୍କା  ।

ସୂଚନା ମୁତାବକ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହି ଦୁର୍ବୁତ୍ତ ଛକି ରହିଥିଲେ  । ମହିଳା ଜଣଙ୍କ ଫାଇନାନ୍ସ କର୍ମଚାରୀ ବୋଲି ସେମାନେ ଅବଗତ ରହିଥିଲେ  । ତେଣୁ ଯେହେତୁ ସେ ଟଙ୍କା ଆଦାୟ ପାଇଁ ଯାଇଥିଲେ, ତେଣୁ ଲୁଟ ପାଇଁ ଯୋଜନା ପୂର୍ବ ସୂଚନା ଅନୁଯାୟୀ ରହିଥିବା ଅନୁମାନ କରାଯାଉଛି  ।  ଟଙ୍କା କଲେକ୍ସନ କରି ମହିଳା ଜଣଙ୍କ ଫେରିବାବେଳେ ରାସ୍ତାରେ ଦୁଇ ଦୁର୍ବୃତ୍ତ ଅଚାନକ ଗୁଳି ମାରିଥିଲେ । ମହିଳାଙ୍କ ଗୋଡ଼ରେ ଗୁଳି ବାଜି ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ପରବର୍ତ୍ତୀ  ଅବସ୍ଥାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟ ପକ୍ଷରେ ପୋଲିସ ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା  ।  ଟଣାସ୍ଥଳରେ ପୋଲିସ ୨ଟି ଟିମ୍ ଗଠନ କରି ଛାନଭିନ ଜାରି ରଖିଛି । କିଏ ଓ କେଉଁ କାରଣରୁ ଲୁଟ କରିଛନ୍ତି ? ଏହି ଲୁଟରେ ସାମିଲ ଥିବା ସନ୍ଦିଗ୍ଧ ଉକ୍ତ ମହିଳାଙ୍କୁ ପୂର୍ବରୁ ଜାଣିଛନ୍ତି କି ନାହିଁ ତାହାର ତଦନ୍ତ ଚଳାଇଛି ପୋଲିସ ?