ଆମେରିକାର ଲେବିଷ୍ଟନରେ ଭୟଙ୍କର ଗୁଳିକାଣ୍ଡ

ବ୍ୟୁରୋ ରିପୋର୍ଟ: ଆମେରିକାର ଲେବିଷ୍ଟନରେ ଭୟଙ୍କର ଗୁଳିକାଣ୍ଡ । ଗୁଳିକାଣ୍ଡରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଥିବା ସୂଚନା ରହିଛି । ତେବେ ଗୁଳିକାଣ୍ଡକ କାରଣ ଜଣାପଡିନାହିଁ । ତେବେ ସୋସିଆଲ ମିଡିଆରେ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ସନ୍ଦିଗ୍ଧ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି । ଫଟୋରେ ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ କାଉଣ୍ଟି ସେରଫ୍ ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛି। ସନ୍ଦିଗ୍ଧ କାର୍ଯ୍ୟକଳା କି, ବ୍ୟକ୍ତିବିଶେଷଙ୍କୁ ଦେଖିଲେ ୯୧୧କୁ ଫୋନ୍ କରିବା ଲାଗି ପୁଲିସ କହିଛି।
ଲିୱିଷ୍ଟନ୍ସ୍ଥିତ ‘ଦି ସେଣ୍ଟ୍ରାଲ୍ ମେନେ ମେଡିକାଲ୍ ସେଣ୍ଟର୍’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଗୁଳିକାଣ୍ଡ ଓ ନରସଂହାରଜନିତ ଘଟଣାରେ ମୃତାହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ସେ ଅଞ୍ଚଳରେ ଥିବା ବିଭିନ୍ନ ଡାକ୍ତରଖାନା ସହ ବୁଝାମଣା ଚାଲିଛି।
ପୋଲିସ ଅଭିଯୁକ୍ତର ପତ୍ତା ପାଇନଥିବା ବେଳେ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରି ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛି । ଫଟୋରେ ଅଭିଯୁକ୍ତ ରାଇଫଲ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁରା ଅଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି । ଅଭିଯୁକ୍ତ ପାଖରେ ଏକାଧିକ ମାରଣାସ୍ତ୍ର ଥିବା ପୋଲିସ ସନ୍ଦେହ କରୁଛି । ଆମେରିକାରେ ଏଭଳି ଗୁଳିକାଣ୍ଡ ଦେଖିବାକୁ ମିଳେ । ବାଇଡେନ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଇନ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଆମେରିକାରେ ଗନ୍ ପଲିସି ପାଇଁ ଏଭଳି ଗୁଳିକାଣ୍ଡ ହେଉଥିବା ଅଭିଯୋଗ ହୋଇଛି ।