ଜାତୀୟ ରାଜପଥ-୧୬ରେ ଗୁଳିକାଣ୍ଡ, ଠିକାଦାର ମୃତ

1 min read

ଟାଙ୍ଗୀ: ଜାତୀୟ ରାଜପଥ-୧୬ରେ ଫୁଟିଲା ଗୁଳି । ଗୁଳିମାଡ଼ରେ ଯୁବକ ମୃତ । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରାଧାମୋହନପୁର ଗାଁର ରମେଶ ରାଉତ । ମୃତକ ଜଣେ ଠିକାଦାର ହୋଇଥିବା ସୂଚନା ମିଳିଛି । ଦୁଇ ବନ୍ଧୁଙ୍କ ସହିତ ବାଇକରେ ଘରକୁ ଫେରୁଥିବାବେଳେ ଚଣ୍ଡେଶ୍ବର ଛକ ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ବାଇକରେ ଦୁଇ ଦୁର୍ବୃତ୍ତ ଆସି ଫାୟାରିଂ କରି ଫେରାର ହୋଇଯାଇଛନ୍ତି । ରମେଶଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।