ଗୋରୁ ଚୋରାଚାଲାଣକାରୀ କଲେ ଫାୟାରିଂ, ୨ ଦେବସେନା କର୍ମୀ ଗୁରୁତର
1 min read
ମୟୂରଭଞ୍ଜ: ଗୋରୁ ଗାଡ଼ି ଅଟକାଇବାରୁ ଫୁଟିଲା ଗୁଳି । ୨ ଦେବସେନା କର୍ମୀ ଗୁରୁତର । ମୟୂରଭଞ୍ଜ କରଞ୍ଜିଆ ଯଶିପୁର ଟୋଲଗେଟ ନିକଟରେ ଫୁଟିଛି ଗୁଳି । ଜଣଙ୍କ ଗୋଡ଼ରେ ଓ ଅନ୍ୟଜଣଙ୍କ ହାତରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ପ୍ରଥମେ ଯଶିପୁର ପରେ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳ ୫ଟାରେ ଯଶିପୁରର ଟୋଲଗେଟରେ ଦେବସେନା ପକ୍ଷରୁ ଗାଈଗୋରୁକୁ ନେଇ ଯାଉଥିବା ଏକ ଗାଡିକୁ ଅଟକା ଯାଉଥିଲା ।
ଏହି ସମୟରେ ଦୁର୍ବୃତ୍ତମାନେ ଦେବସେନା କର୍ମକର୍ତ୍ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ବନ୍ଧୁକ ଫୁଟାଇ ଦୁର୍ବୃତ୍ତ ଫେରାଇ ହେଇଯାଇଥିବା ବେଳେ, ଯଶିପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟୋଲ ଗେଟରେ ଥିବା CCTV ଫୁଟେଜ ମଧ୍ୟ ଯାଞ୍ଚ କରୁଛି ପୋଲିସ । ଗୋରୁ ଚୋରାଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ । ସେପଟେ ପୋଲିସ ମଦ୍ୟ ଛାନଭିନ୍ ଆରମ୍ଭ କରିଛି ପୋଲିସ ।